ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ ।

159

କନକ ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡ଼ ଫରେଷ୍ଟ ରେଂଜ ଅଧିନ ପିକୋଲରେ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଅଂଚଳର ଗ୍ରାମବାସୀ ଭୟଭୀତ ଅଛନ୍ତି । ବନବିଭାଗ ମଧ୍ୟ କଲରାପତରିଆ ଉପରେ ତିକ୍ଷ୍ନ ନଜର ରଖିଥିବା କହିଛି ।