ଛତିଶଗଡ଼କୁ ବିଜେପିର ମାଳମାଳ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ବିବାହିତା ମହିଳାଙ୍କୁ ବାର୍ଷିକ ମିଳିବ ୧୨ହଜାର ଟଙ୍କା ଭତ୍ତା

176

କନକ ବ୍ୟୁରୋ : ଛତିଶଗଡ଼କୁ ବିଜେପିର ପ୍ରତିଶ୍ରୁତି । ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । ରାୟପୁରରେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ଇସ୍ତାହାର ଜାରି କରି ଲୋଭନୀୟ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ବିବାହିତ ମହିଳାଙ୍କୁ ବାର୍ଷିକ ୧୨ହଜାର ଟଙ୍କା ଭର୍ତା, ୫ଶହ ଟଙ୍କାରେ ରୋଷେଇ ଗ୍ୟାସ, ୨ବର୍ଷରେ ଏକ ଲକ୍ଷ ଖାଲି ପଦବୀ ପୂରଣ ହେବ ୧୮ଲକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୧୦ଲକ୍ଷ ଟଙ୍କାର ଜୀବନ ବୀମା, ଯୁବବର୍ଗଙ୍କୁ ଶିକ୍ଷା ଋଣର ରିହାତି, ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି । ଏହି ସମୟରେ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା