ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ : ମୁଖ୍ୟ ପ୍ରଶାସକ ଏକାସଙ୍ଗେ ୩ଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା ଷଡ଼ଙ୍ଗୀ

121

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଭିତରେ ମୁଖ୍ୟ ପ୍ରଶାସକ ଏକା ସଙ୍ଗେ ତିନୋଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଅପରାଜିତା କହିଛନ୍ତି, ରାଜ୍ୟ ସରକାରଙ୍କ ବର୍ତ୍ତମାନ ପୂର୍ତ୍ତ ବିଭାଗର ସଚିବ ଯିଏ ରହିଛନ୍ତି, ସେହି ବ୍ୟକ୍ତି ଓବିସିସିର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ସେହିପରି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

ନିର୍ଦ୍ଧିଷ୍ଟ ଅଧିକାରୀ ତିନୋଟି ଦାୟିତ୍ୱରେ କିପରି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଥିବା ପୂର୍ତ ସଚିବ ଶ୍ରୀମନ୍ଦିର ପରିଚାଳନା ସମିତିର ମୁଖ୍ୟ ପ୍ରଶାସକ ଥିଲେ । ଏହା ସାମନ୍ୟ ସଂଯୋଗ ନା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।