ସୋନାଲି ଫୋଗଟ ହତ୍ୟା ମାମଲାରେ ଯାଂଚ କରିବ କି ସିବିଆଇ ?  ୩ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ହେପାଜତକୁ ନେଲା ପୋଲିସ

82

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟ ହତ୍ୟା ମାମଲାେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟରେ ହାଜର କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି କର୍ଲି କ୍ଲବର ମାଲିକ ଏଡାବିନ ନୁନେସ, ଡ୍ରଗ୍ସ ପେଡଲର ଦତ୍ତାପ୍ରସାଦ ଗୋଆଂକରୀ ଓ ରାମା ମାନ୍ଦରେକର । ଏମାନଙ୍କୁ କୋର୍ଟରେ ହାଜର କରିବା ପରେ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି ।

ସେପଟେ ଏହି ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନ ଆସିଛି । ପ୍ରମୋଦ କହିଛନ୍ତି କି, ସମସ୍ତ ଔପଚାରିକତା ପରେ ଯଦି ଆବଶ୍ୟକ ପଠେ ଏହି ମାମଲାର ଯାଂଚ ସିବିଆଇ ହାତକୁ ସମର୍ପିତ କରାଯିବ । ଏନେଇ ସରକାରଙ୍କର କୌଣସି ଅଭିଯୋଗ ନଥିବା କଥା ସେ କହିଛନ୍ତି । ଏହାରି ମଧ୍ୟରେ ସୋନାଲି ଫୋଗଟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ହିସାରରୁ ରିଙ୍କୁ ଢାକା କହିଛନ୍ତି କି ସିବିଆଇ ଯାଂଚ ହେଲେ ଆମକୁ ନ୍ୟାୟ ମିଳିବ ।

ସୂଚନା ଥାଉକି ଶନିବାର ଦିନ ସୋନାଲି ଫୋଗଟଙ୍କ ପରିବାର ଲୋକ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିଲେ । ସେମାନେ ସୋନାଲିଙ୍କ ହତ୍ୟା ମାମଲାର ଯାଂଚ ସିବିଆଇକୁ ଦେବାକୁ ଅନୁରୋଧ କରିଥିଲେ । ଏନେଇ ହରିଆଣା ସରକାର ଗୋଆ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।