ମାଟିରେ ମିଶିବ ୩୨ ମହଲା ଓ ୨୯ ମହଲା କୋଠା । ଧୂଳିସାତ ହେବ ନଏଡାର ଟ୍ୱିନ୍ ଟାୱାର । ଆପଣ ଜାଣିଛନ୍ତି କି, ଟ୍ୱିନ୍ ଟାୱାରର ମାଲିକ କିଏ? 

603

କନକ ବ୍ୟୁରୋ: ମାଟିରେ ମିଶିବ ଟ୍ୱିନ୍ ଟାୱାର । ଆଜି ଦ୍ୱିପହର ଠିକ୍ ୨ଟା ୩୦ ମିନିଟରେ ଏହି ବିଶାଳ କୋଠାରେ ଭୂଇଁରେ ଧୂଳିସାତ ହେବ । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାତ୍ର ୯ରୁ ୧୨ ସେକେଣ୍ଡ ଭିତରେ ବିସ୍ପୋରକ ଲଗେଇ ଟ୍ୱିନ୍ ଟାୱାରକୁ ଧ୍ୱଂସ କରାଯିବ । ତେବେ ଆପଣ ଜାଣିଛନ୍ତି କି ଏହି ଟ୍ୱିନ୍ ଟାୱାରର ମାଲିକ କିଏ?

କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ବିଶାଳ କୋଠାର ନିର୍ମାଣ କରାଯାଇଥିଲା । ତେବେ ଏହି ଟ୍ୱିନ୍ ଟାୱାରକୁ ନିର୍ମାଣ କରିଥିବା କମ୍ପାନୀ ହେଉଛି ସୁପରଟେକ୍ କମ୍ପାନୀ । ଯାହାର ମାଲିକ ହେଉଛନ୍ତି ଆରକେ ଅରୋଡା । ତେବେ ଆରକେ ଅରୋଡା ହେଉଛନ୍ତି ୩୪ଟି କମ୍ପାନୀର ମାଲିକ । ସିଭିଲ ଏଭିଏସନ୍ ସହ କନସଲଟାନ୍ସି, ବ୍ରୋକିଙ୍ଗ୍, ଫିଲ୍ମସ, ହାଉସିଂ ଆଦି ଜଗତରେ ମଧ୍ୟ ସେ ନିଜର ପରିଚିତ ହାସଲ କରିଛନ୍ତି ।

୧୯୯୫ ମସିହାରେ ଆରକେ ଅରୋଡା ଏହି କମ୍ପାନୀର ଆରମ୍ଭ କରିଥିଲେ । କମ୍ପାନୀ ପରେ ପରେ ନୋଏଡା, ଗ୍ରେଟର ନୋଏଡା, ଯମୁନା ବିକାଶ ପ୍ରାଧିକରଣ କ୍ଷେତ୍ର, ମିରଟ, ଦିଲ୍ଲୀ-ଏନସିଆରରେ ସହ ଦେଶର ଭିନ୍ନ ଭିନ୍ନ ସହରରେ ଏକାଧିକ ରିୟଲ ଷ୍ଟେଟ୍ ପ୍ରୋଜେକ୍ଟ ଲଞ୍ଚ କରିଥିଲା । ଆଉ ଦେଖୁ ଦେଖୁ ଅରୋଡା ରିୟଲ ଷ୍ଟେଟ୍ ପରିଚିତି ହାସଲ କରିଥିଲା ।

ତେବେ ଆଜି ମାତ୍ର ୯ସେକେଣ୍ଡରେ ଧ୍ୱଂସ ହୋଇଯିବ ଦିଲ୍ଲୀ ନୋଏଡାର ଏହି ଟ୍ୱିନ ଟାୱାର ।  ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ମାଟିରେ ମିଶିବ । ଅପରାହ୍ନ ୨ଟା ୩୦ରେ ଏହି ଟୁଇନ ଟାୱାର ଭଙ୍ଗାଯିବ  । ବିସ୍ପୋରଣ କରି ୯ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ବ୍ୟବହାର ହେବ ୩ ହଜାର ୭ଶହ କେଜି ବିସ୍ଫୋରକ । ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ଓ ଅନ୍ୟଟି ୨୯ ମହଲା ରହିଛି । ଟାୱାର୍ସରେ ମୋଟ ୯୧୫ ଫ୍ଲାଟ ରହିଛି ।

ତେବେ ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି  । ଏଥିପାଇଁ ପ୍ରାୟ ୭ ମାସ ଧରି ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି ସଂସ୍ଥା  । ପୂର୍ବରୁ ଏହି ସଂସ୍ଥା ୨୦୨୦ରେ କେରଳର କୋଚିରେ ୪ଟି ବଡ଼ କୋଠାକୁ ଭାଙ୍ଗିବା କାମ ସଫଳ ଭାବେ ତୁଲାଇଥିଲା ।