ଧାମନଗର ନଗର ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ: ସଞ୍ଜୟ-ସୁରଜଙ୍କ ମଧ୍ୟରେ ହେବ ଦମଦାର ଲଢେଇ

1,010

କନକ ବ୍ୟୁରୋ: ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟର ବିଜେପିର ୧୧୨ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ଧାମନଗରରୁ ପ୍ରାର୍ଥୀ ହୋଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ଏଥର ପୁଣି ଥରେ ୧୨ ଜଣ ବିଧାୟକଙ୍କ ଉପରେ ଦଳ ଭରସା କରିଛି । ଏହାରି ଭିତରେ ଧାମନଗରରୁ ସୂର୍ଯ୍ୟବଂଶୀଙ୍କ ସହ କଡା ଟକ୍କର ଦେବା ପାଇଁ ବିଜେଡି ନୂଆ ମୁହଁ ଭାବେ ଡକ୍ଟର ସଂଜୟ କୁମାର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଧାମ ନଗରରେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ଧାମନଗର ଦାୟିତ୍ୱ ଦିଆଯାଇଥିଲା । ଉପନିର୍ବାଚନରେ ବିଜୟୀ ହେବା ପରେ ସୁରଜ ବିଧାୟକ ହୋଇଥିଲେ । ତେବେ ଏହି ନିର୍ବାଚନ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ । ଦଳ ତାଙ୍କ ଉପରେ ପୁଣି ଭରସା କରିଛି । ତେବେ ଧାମନଗର ନିର୍ବାଚନ ମଣ୍ଡଳୀରେ ଏବେ ବିଜେପିର ଦବଦବା ରହିଥିବା ବେଳେ ବିଜେଡି ସେ ଗଡକୁ ଅକ୍ତିଆର କରିବାରେ ସଫଳ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।