ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବଲାଙ୍ଗୀରରୁ ଲଢିବେ ମନୋଜ ମିଶ୍ର 

1,633

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୮ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମନୋଜ ମିଶ୍ରଙ୍କ ନାଁ ରହିଛି । ବଲାଙ୍ଗୀର ଆସନରୁ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ନିକଟରେ ଓଲିଉଡ କଳିରୁ ଚର୍ଚ୍ଚାକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର । ଏହାପରେ ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚମକାଇ କଂଗ୍ରେସରେ ସାମିଲ ହୋଇଥିଲେ ।

ତେବେ ବିଜେଡି, ବିଜେପି ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ଯେଉଁଥିରେ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୨ ସହଯୋଗୀ ଦଳ ପାଇଁ ଖାଲି ରହିଛି । ସେହିପରି ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି ।

କଂଗ୍ରେସ ଘୋଷଣା କରିଥିବା ୮ ପ୍ରାର୍ଥୀଙ୍କ ନାଁ 

ବରଗଡ – ସଞ୍ଜୟ ଭୋଇ

ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର-ମନୋଜ ମିଶ୍ର

କଳାହାଣ୍ଡି – ଦ୍ରୌପଦୀ ମାଝି

ନବରଙ୍ଗପୁର – ଭୁଜବଳ ମାଝୀ 

କନ୍ଧମାଳ -ଅମୀର ଚାନ୍ଦ ନାୟକ 

ବ୍ରହ୍ମପୁର –ରଶ୍ମି ରଞ୍ଜନ ପଟ୍ଟନାୟକ 

କୋରାପୁଟ – ସପ୍ତଗିରି ସଙ୍କର ଉଲାକା