କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ : କହିଲେ, ବିଜେପିକୁ ଭୋଟ୍ ଦେଉଥିବା ଭୋଟର ରାକ୍ଷସ; କଡ଼ା ଜବାବ ରଖିଲା ବିଜେପି

186

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେବାଲାଙ୍କ ବିବାଦୀୟ ବୟାନ । ହରିୟାଣା, କୈଥଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ବିଜେପିକୁ ଭୋଟ୍ ଦେଉଥିବା ପ୍ରତ୍ୟେକ ଭୋଟର ରାକ୍ଷସ । ହରିୟାଣାର ବିଜେପି ଓ ଜନନାୟକ ପାର୍ଟିର ମେଣ୍ଟ ସରକାର ବି ରାକ୍ଷସ । ଯେଉଁମାନେ ଯୁବପିଢୀଙ୍କ ରୋଜଗାର ମଉକାକୁ ବି ଛଡେଇ ନେଇଛନ୍ତି ।

ତେବେ ସୂର୍ଯ୍ୟେବାଲାଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି । ବିଜେପି ଜବାବ ଦେଇ କହିଛି, ଏହା କଂଗ୍ରେସର ଅହଂକାରକୁ ଦର୍ଶାଉଛି । ତାଙ୍କର ଏଭଳି ମନ୍ତବ୍ୟର ଜବାବ ଭୋଟର ହିଁ ଦେବେ । କଂଗ୍ରେସର ଅହଂକାର ଜନତା ଭାଗିବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ ।