ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ : ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ଭିସିରେ କଥା ହେଲେ ବିଜେଡି ସୁପ୍ରିମୋ

285

କନକ ବ୍ୟୁରୋ : ଆସନ୍ତା ୧୯ ଓ ୨୬ରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋ ଭିସିରେ କଥା ହୋଇଛନ୍ତି । ନିର୍ବାଚନ ପରିଚାଳନା ନେଇ ବିଜେଡି ୭ଜଣିଆ କମିଟି ଗଠନ କରିଛି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ କମିଟିରେ ଯୋଡାଯିବ ।

ସେପଟେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ନିର୍ବାଚନ ମଣ୍ଡଳିକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି ଶାସକ ଦଳ ବିଜେଡି । ଉପନିର୍ବାଚନରେ ବିରୋଧୀଙ୍କୁ ଚକମା ଦେବା ପାଇଁ ପୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ନେତା ଛାଇ ଯିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଏଥିପାଇଁ ବିଭିନ୍ନ ଟିମ୍ ଗଠନ କରି ମଇଦାନ ଜଗିବାକୁ ଦାୟିତ୍ୱ ଦେଇଛି ଦଳ । କେନ୍ଦ୍ରୀୟ ଟିମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ରହିଛନ୍ତି ।

ସେହିପରି ପୁରା ନିର୍ବାଚନମଣ୍ଡଳୀର ଦାୟିତ୍ୱରେ ରହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପର୍ଯ୍ୟବେକ୍ଷକ ଭାବେ କଟକ ମେୟର ସୁବାସ ସିଂ, ଓ ସହ-ପର୍ଯ୍ୟବେକ୍ଷକ ଭାବେ ବିଷ୍ଣୁପ୍ରସାଦ କେଡିଆଙ୍କୁ ଦାୟିତ୍ୱ ଦିଆଯାଇଛି ।