ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବ, ବିଜେଡ଼ି-ବିଜେପି ମୁହାଁମୁହିଁ : ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିରୋଧ ପ୍ରଦର୍ଶନ କଲା ବିଜେପି

143

କନକ ବ୍ୟୁରୋ : ପାରଳାଖେମୁଣ୍ଡିରେ ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବରେ ବିଜେଡ଼ି ବିଜେପି ମୁହାଁମୁହିଁ । ସମବାୟ ବିଭାଗ ପକ୍ଷରୁ ସହରର ସିନେମା ହଲ ଛକରେ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିଜେପି ବିରୋଧ ପ୍ରଦର୍ଶନ କରିଥିଲା । ଆଉ ଏହି ସମୟରେ ବିଜେଡ଼ି ଓ ବିଜେପି ମଧ୍ୟ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।