ରୁଚିକା ଆତ୍ମହତ୍ୟା ମାମଲା । ଗୃହରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା

127

କନକ ବ୍ୟୁରୋ : ରୁଚିକା ଆତ୍ମହତ୍ୟା ମାମଲାରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖିବେ । ଗୃହ କାର୍ଯ୍ୟ ଶେଷ ପୂର୍ବରୁ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ, ବିଧାନସଭାରେ ବିଜେବିି କଲେଜ ଛାତ୍ରୀ ରୁଚିକା ଅତ୍ମହତ୍ୟା ତାତି । ପ୍ରଶ୍ନ କାଳ ପରେ ଶୁନ୍ୟକାଳରେ ପୁଣି ଉଠିଲା ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ସିବଆଇ ତଦନ୍ତ ଦାବି କଲା ବିଜେପି । ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହା ଏକ ସ୍ପର୍ଶକତାର ବିଷୟ । ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚ ଶିକ୍ଷା ବିଭାଗର ଅନୁ ଶାସନ ଉପରେ ଅଙ୍ଗୁଳି ଉଠାଇଛି ବିଜେପି । ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣିଛି ବୋଲି ବିଜେପି ଅଭିଯୋଗ କରିଛି ।

ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣା ଉପରେ ସ୍ୱତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା ଦାବି କରି ନାରାବାଜି କରିଥିଲା । ଅନ୍ୟପଟେ ବିଜେଡ଼ି କହିଛି ମୁଖ୍ୟମନ୍ତ୍ରୀ କାହାକୁ କ୍ଷମ କରନ୍ତି ନାହିଁ । ଆଇନ ତା ବାଟରେ ଯିବ ।