ରୁଚିକା ଆତ୍ମହତ୍ୟା : ସୁଇସାଇଡ୍ ନୋଟ ସାମ୍ନାକୁ ଆସିବାରୁ ମୃତ୍ୟୁର କାରଣ ନେଇ ବଢିଲା ସନ୍ଦେହ

134

କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପରିବାର । ଗତକାଲିଠାରୁ ବିଭିନ୍ନ ଛାତ୍ର ସଙ୍ଗଠନ ସହ ଧାରଣରେ ବସିଛନ୍ତି ରୁଚିକାଙ୍କ ମାଆ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ନୋ ଟୁ ରାଗିଂ, ୱି ୱାଂଟ ଜଷ୍ଟିସ ଫର ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଙ୍ଗଠନ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ ।

ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ । ସେପଟେ ଘଟଣାର ଦୁଇ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ । କମିଶନରେଟ୍ ପୋଲିସ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ କରୁଛି । କଲେଜ ଛାତ୍ରୀନିବାସରେ ପହଂଚି ପୋଲିସ ଟିମ୍ ଛାନ୍ଭିନ୍ କରିଛନ୍ତି । ସନ୍ଦେହରେ ପୋଲିସ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରିଛି । ସୁପରିଟେଣ୍ଡେଂଟ, ୱାର୍ଡେନ୍, ଫ୍ଲୋର ଇନ୍ଚାଜ. ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜେରା କରି ବୟାନ ରେକର୍ଡ କରିଛି ପୋଲିସ । ମୋଟ୍ ୧୩୪ ଜଣ ନାଁକୁ ନେଇ ତାଲିକା ପୋଲିସ ପ୍ରସ୍ତୁତ କରିଛି ।

ରୁଚିକା ଆତ୍ମହତ୍ୟା
ସମୟ ଗଡୁଛି ସନ୍ଦେହ ବଢୁଛି

– ରାଗିଂ ପାଇଁ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ବଢିବାରେ ଲାଗିଛି
– ବିଜେବି କଜେଲ ହଷ୍ଟେଲରୁ ଶନିବାର ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା
– ସୁଇସାଇଡ୍ ନୋଟ ସାମ୍ନାକୁ ଆସିବାରୁ ମୃତ୍ୟୁର କାରଣ ନେଇ ସନ୍ଦେହ ବଢିଲା
– ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରୁଥିବା ଲେଖିଥିଲେ
– ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଜାଣିପାରୁନାହିଁ କିଭଳି?
– ମିଳିଥିବା ସୁଇସାଇଡ୍ ନୋ୍ଟଟି ମଧ୍ୟ ସନ୍ଦେହ ଘେରରେ ରହିଛି
– ଏହାକୁ ରୁଚିକା ଲେଖିଥିଲେ ନା ଆଉକେହି ସେ ଚିଠି ଲେଖିଛନ୍ତି?
– ପୋଲିସ ଓ ସାଇଂଟିଫିକ ଟିମ୍ ପହଂଚିବା ବେଳକୁ ରୁଚିକାଙ୍କ ରୁମ୍ ଖୋଲାଥିଲା
– ତେଣୁ ହସ୍ତାକ୍ଷର ଯାଂଚ୍ ପାଇଁ ରାଜ୍ୟ ଫରେନସିକ ଲାବକୁ ପଠାଯିବ ଚିଠି
– ରୁଚିକାଙ୍କ ମୋବାଇଲ ଫୋନରୁ ପୋଲିସକୁ ଅନେକ ସୂଚନା ମିଳିବା ସମ୍ଭାବନା
– କିଛି ନମ୍ବରକୁ ପୋଲିସ ସନ୍ଦେହରେ ତାଲିକା କରି ଯାଂଚ୍ ଆରମ୍ଭ କରିଛି
– ଘଟଣାଦିନର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିସାରିଛି
– ସିସିଟିଭି ଫୁଟେଜରୁ କେତେଜଣଙ୍କୁ ଚିହ୍ନଟ କରି ପୋଲିସ ତଦନ୍ତ ପରିସରଭୁକ୍ତ କରିଛି

ରାଗିଂରେ ଦେଶରେ
ଚତୁର୍ଥ ଓଡି଼ଶା

– ଛାତ୍ରଛାତ୍ରୀଙ୍କୁ ରାଗିଂରେ ଦେଶରେ ଚତୁର୍ଥ ଓଡ଼ିଶା
– ରାଗିଂରେ ଦେଶରେ ଶୀର୍ଷରେ ରହିଛି ଉତ୍ତରପ ପ୍ରଦେଶ
– ଦ୍ୱିତୀୟରେ ପଶ୍ଚିମବଙ୍ଗ ଓ ତୃତୀୟରେ ମଧ୍ୟପ୍ରଦେଶ
– ଦିଲ୍ଲୀ, ବିହାର, ରାଜସ୍ଥାନ, ଆନ୍ଧ୍ର, ମହାରାଷ୍ଟ୍ରଠୁ ଓଡିଶା ସ୍ଥିତି ଖରାପ
– ରାଜ୍ୟରେ ଅନେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଓ ହଷ୍ଟେଲ ଅସୁରକ୍ଷିତ
– ସିନିୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଗିଂର ଶିକାର ହେଉଛନ୍ତି ଜୁନିଅର
– ୨୦୧୭ରୁ ୨୦୧୯ ଭିତରେ ରାଗିଂ ଅଭିଯୋଗ ସବୁଠୁ ଅଧିକ ଥିଲା
– କରୋନା ଯୋଗୁଁ ୨୦୨୦ ଓ ୨୦୨୧ରେ ରାଗିଂ ମାମଲା କମିଥିଲା
– ୨୦୨୨ରେ କ୍ୟାମ୍ପସ ସ୍ୱାଭାବିକ ହେବାରୁ ବଢିଛି ରାଗିଂ ମାମଲା