ଭିଜିଲାନ୍ସ ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା : ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ମିଳିଲା ୧ କୋଟି ନଗଦ ଟଙ୍କା

274

କନକ ବ୍ୟୁରୋ : ଭିଜିଲାନ୍ସ ରେଡ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୪କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ରାୟଙ୍କ ଘରେ ଚଢାଉ ବେଳେ ୧କୋଟି ନଗଦ ଟଙ୍କା ଜବତ ହୋଇଛି ।

ଏହା ସହ ତାଙ୍କ ପାଟନା ସ୍ଥିତ ଘରେ ମଧ୍ୟ ଚଢାଉ ବେଳେ ୩କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । କିଷନଗଞ୍ଜ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରି ନଗଦ ଟଙ୍କା ଓ ସୁନା ଗହଣା ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ସୁଜିତ ସାଗର ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ତଦନ୍ତ ଚାଲିଥିବା ସହ ସଂଜୟ କୁମାର ରାୟଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି । ନଗଦ ୧କୋଟି ଟଙ୍କା, ସୁନା ଗହଣା ସହ ଗୁରୁତ୍ୱପୂର୍ଣ୍ଣ ଭିଜିଲାନ୍ସ କାଗଜପତ୍ର ଜବତ କରିଛି ।