ଏବେ କାକା-ପୁତୁରା ଏକାଠି, ରାଜ୍ୟପାଳଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ତେଜସ୍ୱୀ।

161

କନକ ବ୍ୟୁରୋ: ବିହାରର ରାଜନୈତିକ ସଙ୍କଟ ଉପରେ ପ୍ରଥମ ଥର ମୁହଁଖୋଲିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରିଛୁ । ବିଜେପି ଦେଶରେ ଲୋକତନ୍ତ୍ରକୁ ଚ୍ୟାଲେଞ୍ଜ ଦେଉଛି । ନୀତିଶ କୁମାର ଆଜି ସଠିକ ନିର୍ଣ୍ଣୟ ନେଇଛନ୍ତିା ସାରା ଦେଶରେ କଣ ହେଉଛି ତାହା ଆମେ ଜାଣିଛନ୍ତି ଝାଡଖଣ୍ଡରେ କଣ ହେଉଛି ତାହା ଜାଣିଛନ୍ତି । ମହାରାଷ୍ଟ୍ରରେ କଣ ହେଉଛି ତାହ ବି ଜାଣିଛନ୍ତି । ତେବେ ବିହାର ହିତ ପାଇଁ ନୀତିଶ କୁମାର ସଠିକ ନିଷ୍ପତ୍ତି ନେଇଛନ୍ତି । ବିହାର ପାଇଁ ବିଜେପିର କୌଣସି ଏଜେଣ୍ଡା ନାହିଁ । ସେମାନେ ଯେଉଁ ଏଜେଣ୍ଡା ନେଇ ସରକାର ଚଲାଇବାକୁ ଚାହୁଁଥିଲେ ଆମେ ତାକୁ ଚଲାଇ ଦେବୁନାହିଁ । ଜେପି ନଡ୍ଡା ବିରୋଧୀଙ୍କୁ ଶେଷ କରିବା ପାଇଁ ଚାହୁଁଛନ୍ତି ।

ତେଜସ୍ୱୀ କହିଛନ୍ତି, ବିହାର ଦେଶର ରାସ୍ତା ନିର୍ଣ୍ଣୟ କରିବ । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇନଥିଲା । ଆଜି ସମସ୍ତଙ୍କୁ ସମ୍ବିଧାନରକ୍ଷା କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ବିଜେପିର କାମ ହେଉଛି ଯିଏ ବିକ୍ରି ହେବାକୁ ଚାହେଁ ଦଳ ତାକୁ କିଣିଥାଏ । ମୁଖ୍ୟମନ୍ତ୍ରୀ ଦେଶର ହିତ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ନୀତିଶଙ୍କ ସମ୍ପର୍କକୁ ନେଇ ସେ ମଧ୍ୟ କହିଛନ୍ତି, ଆମେ କାକା-ପୁତୁରା । ଆମେ ପରସ୍ପର ବିରୋଧରେ ଅଭିଯୋଗ କରିଛୁ କିନ୍ତୁ ପରିବାର ଭିତରେ ଅନେକ ସମୟରେ ଲଢେଇ ହୋଇଥାଏ । ବର୍ତ୍ତମାନ ସମୟ ଭିନ୍ନ ରହିଛି । ନୀତିଶ କୁମାର ଦେଶର ଅନୁଭବୀ ମୁଖ୍ୟମନ୍ତ୍ରୀ ତେଣୁ ଆଗକୁ ଆମେ ମିଳିତ ଭାବେ କାମ କରିବୁ ।