ଦେଶର ପ୍ରଥମ ରାଜ୍ୟଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ବିଜେପି କହିଲା ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ରାଜ୍ୟସରକାର

196

କନକ ବ୍ୟୁରୋ : ଦେଶର ପ୍ରଥମ ରାଜ୍ୟଭାବେ ବିହାର କଲା ନୂଆ ରେକର୍ଡ । ରାଜ୍ୟ ସରକାର ଜାରି କଲେ ଜାତିଭିତିକ ଜନଗଣନା ରିପୋର୍ଟ । ବିହାରରେ ମୋଟ ଜନସଂଖ୍ୟା ୧୩କୋଟିରୁ ଅଧିକ ରହିଛି । ୨୦୨୨ ମସିହା ଜୁନ ୧ ତାରିଖରେ ସର୍ବଦଳୀୟ ବୈଠକରେ ବିହାରର ଜାତିଭିତକ ଜନଗଣାନା କରିବା ପ୍ରସ୍ତାବ ସର୍ବ ସହମତିରେ ପାରିତ ହୋଇଥିଲା । ଏହା ପରେ ରାଜ୍ୟ ମନ୍ତ୍ରୀ ପରିଷଦ ଦ୍ୱାରା ନିଆଯାଇଥିବା ନିଷ୍ପତି ଆଧାରରେ ଜାତିଭିତିକ ଜନଗଣନା କରାଯିବାକୁ ସ୍ଥିର କରିଥିଲେ ରାଜ୍ୟ ସରକାର । ବିଜେପି କହିଛି ଗରିବକୁ ବିଭ୍ରାନ୍ତ କରି ସମାଜରେ ଦ୍ୱନ୍ଦ ବିସ୍ତାର କରି ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ପୁଣି ଦେଶରେ ଜାତିଭିିତିକ ଜନଗଣନା ପାଇଁ ଦାବି କରିଛନ୍ତି ।