ମିଶନଶକ୍ତିରେ ଗାଈ କିଣାରେ ମହାଦୁର୍ନୀତି: ମିଶନଶକ୍ତି ବିରୋଧରେ ଅଭିଯୋଗ ଆଣିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

207

କନକ ବ୍ୟୁରୋ: ‘ମିଶନ ଶକ୍ତିର ମିଶନ ଦୁର୍ନୀତି’ । ଏମିତି ସ୍ଲୋଗାନ ଦେଇ ବ୍ଲକ ଆଗରେ ଧାରଣାରେ ବସିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ବଦଳରେ ଚାପଗ୍ରସ୍ତ କରୁଛି ମିଶନଶକ୍ତିର ଗାଈ କିଣା ମହାଦୁର୍ନୀତି । ମିଶନଶକ୍ତି ବିରୋଧରେ ଅଭିଯୋଗ କରି ବ୍ଲକ ଆଗରେ ଗାଈ ବାନ୍ଧିଲେ ମହିଳା । ଗାଈ କିଣାରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯାଗ କରି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆଗରେ ସତ୍ୟାଗ୍ରହ କରିଛନ୍ତି ସ୍ୱାୟଂ ସହାୟକ ଗୋଷ୍ଠୀର ମହିଳା । ଜଳେଶ୍ୱର ବ୍ଲକ ଚମାରଗାଁ ପଂଚାୟତର ଏସଏଚଜି ଗୋଷ୍ଠୀର ୩୦ ଜଣ ମହିଳାଙ୍କୁ ରୋଜଗାର ଯୋଗାଇବା ଉଦେଶ୍ୟରେ ମିଶନଶକ୍ତି ଅଧିନରେ ଥିବା ଜିପିଏଲଏଫ ତରଫରୁ ଓଡିଶା ଜୀବିକା ମିଶନର ଆର୍ଥିକ ସହାୟତାରେ ଗାଇ-ବାଛୁରୀ ଯୋଗାଇ ଦିଆଯାଇଥିଲା । ସେତେବେଳେ କୁହାଯାଇଥିଲା, ଗାଇ ଗୁଡିକ ଉନ୍ନତମାନ୍ନର । ୩୦ ହଜାର ଟଙ୍କାରେ ଗାଈ ଗୁଡିକ କିଣା ଯାଇଥିବା ବେଳେ ପ୍ରତ୍ୟେକ ଗାଇ ୧୦ରୁ ୧୨ ଲିଟର ଖିର ଦେବେ । ହେଲେ ପ୍ରକୃତ ଘଟଣା କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ଗାଇ-ଗୁଡିକ ଦୈନିକ ଏକ-ରୁ ଦୁଇ ଲିଟର ଖିର ଦେଉଛନ୍ତି । ଫଳରେ ଗାଇଙ୍କ ଚିକିତ୍ସା ଓ ଖାଦ୍ୟ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ମଧ୍ୟ ମିଳୁନାହିଁ । ତେଣୁ ମିଶନଶକ୍ତିରୁ ଗାଈ ନେଇଥିବା ମହିଳାମାନେ ଦୀର୍ଘଦିନ ଧରି କ୍ଷତି ସହୁଛନ୍ତି । ଏହାକୁ ନେଇ ଆଜି ହିତାଧିକାରୀମାନେ ଜଳେଶ୍ୱର ବ୍ଲକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।