ଭୁବନେଶ୍ୱରରେ ପ୍ରଚଣ୍ଡ ତାତି : ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ

442

କନକ ବ୍ୟୁରୋ : ପୁଣି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି । ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ଆଦ୍ରତା ୪୫ ପ୍ରତିଶତ ଥିବାରୁ ଗୁଳୁଗୁଳି ଅନୁଭୂତ ହୋଇଛି । ଗତକାଲି ତୁଳନାରେ ପାଖାପାଖି ୭ଡିଗ୍ରୀ ତାପମାତ୍ରା ବଢିଛି । ଗତକାଲି ୩୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ, ଝାରସୁଗୁଡାରେ ଆଜି ସର୍ବାଧିକ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ୪୧.୨, ବାଲେଶ୍ୱର ୩୮.୨, ଚାନ୍ଦବାଲି ୩୭.୮, ପୁରୀ ୩୫ଡିଗ୍ରୀ ରେକର୍ଡ କରାଯାଇଛି ।