ବର୍ଷାରେ ଭିଜିଭିଜି ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ସେପଟେ ଢ଼ୋଲ ବଜାଇ ପ୍ରଚାରରେ ମସଗୁଲ ମାଲକାନଗିରି ବିଜେଡ଼ି ପ୍ରାର୍ଥୀ ମାନସ ମାଡ଼କାମୀ ।

136

କନକ ବ୍ୟୁରୋ: ବର୍ଷାରେ ଭିଜି ଭିଜି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପ୍ରଚାର । ଗତକାଲି ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଜଟଣୀ ଟାଉନରେ ପ୍ରଚାର କରିଥିଲେ ଅପରାଜିତା । ଜଟଣୀ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଅପରାଜିତା ପ୍ରଚାର କରିଥିଲେ । ଅପରାଜିତା ଓ ବିଶ୍ୱରଞ୍ଜନ ପ୍ରଚାର କରୁଥିବା ବେଳେ ବର୍ଷା ହୋଇଥିଲା । ହେଲେ ସେମାନେ ପ୍ରଚାର ବନ୍ଦ ନକରି ବର୍ଷାରେ ଭିଜି ଭିଜି ପ୍ରଚାର ଜାରି ରଖିଥିଲେ ।

ସେପଟେ ଢୋଲ ବଜାଇ ପ୍ରାର୍ଥୀଙ୍କ ପ୍ରଚାର । ମାଲକାନଗିରି ବିଜେଡି ପ୍ରାର୍ଥୀ ମାନସ ମାଡ଼କାମୀ ପ୍ରଚାର ବେଳେ ଢୋଲ ବଜାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଲକାନଗିରି ବଙ୍ଗୀୟ ମତୁଆ ସମ୍ପ୍ରଦାୟର ଲୋକେ ଢୋଲ ବଜାଇ ନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତେବେ ମତୁଆଙ୍କ ଭୋଟ୍ ହାତେଇବା ପାଇଁ ମାନସ ମାଡକାମୀ ଏପରି ନିଆରା ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।