ଅର୍ଚ୍ଚନା ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା : ଜଗବନ୍ଧୁଙ୍କ ଜାମିନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ

94

କନକ ବ୍ୟୁରୋ : ଅର୍ଚ୍ଚନା ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଝଟକା । ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ କୋର୍ଟ ଖାରଜ କରିଛନ୍ତି । ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜାମିନ ଖାରଜ କରିଛନ୍ତି ।  ସେପଟେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲ ମାମଲାରେ ଅର୍ଚ୍ଚନାଙ୍କ ଜାମିନ୍ ଖାରଜ କରିଥିଲେ ଜେଏମ୍ଏଫସି-୩ କୋର୍ଟ । ଜାମିନ୍ ଆବେଦନ ଖାରଜ ପରେ ସେସନ୍ସ କୋର୍ଟରେ ଅର୍ଚ୍ଚନା ପୁଣି ଜାମିନ୍ ଆବେଦନ କରିଛନ୍ତି ।

ସେହିପରି ଇଡିରେ ହାଜର ହେଲେ ଭୁବନେଶ୍ୱରର ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଅର୍ଚ୍ଚନା ନାଗ ମାମଲାରେ ଶିବପ୍ରସାଦଙ୍କୁ ସମନ କରିଥିଲା ଇଡି । ସମନ ପାଇବା ପରେ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଶିବପ୍ରସାଦ । ଆର୍ଥିକ କାରବାର ନେଇ ଶିବପ୍ରସାଦଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଥିଲା ତାର ଖିଅ ଖୋଜିବ ଇଡି । ହୋଟେଲରେ ହୋଇଥିଲା କି ହନିଟ୍ରାପ ଡିଲ ? ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଏହି ହୋଟେଲକୁ ନିୟମିତ ଯାଉଥିଲେ ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ସହ ଶିବପ୍ରସାଦଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ସୁରାକ ପାଇଛି କି ଇଡି ?