ସମ୍ବଲପୁରୀ ଶାଢି ପ୍ରେମରେ ପ୍ରଶାସକ : ଓଡ଼ିଶା ବୁଣାକାରଙ୍କ ଚମତ୍କାର କାମକୁ ଟୁଇଟ କରି ପ୍ରଶଂସା କଲେ ଜିଳ୍ଲାପାଳ ଅନନ୍ୟା ଦାସ

432

କନକ ବ୍ୟୁରୋ : ସମ୍ବଲପୁରୀ ବସ୍ତ୍ରର ଚାହିଦା ସବୁବେଳେ ରହିଛି । ହେଲେ ଏବେ ଏହି ସମ୍ବଲପୁରୀ ବରିଷ୍ଠ ଅଧିକାରୀ ମାନଙ୍କ ପସନ୍ଦ ପାଲଟିଛି । ନୂଆ ପିଢି ଆଇଏଏସ୍ ଅଧିକାରୀ ମାନେ ଏହି ସମ୍ବଲପୁରୀ ବସ୍ତ୍ରକୁ ବେଶ ପସନ୍ଦ କରୁଛନ୍ତି । ନୂଆ ପିଢିର ଆଇଏଏସ ଅଧିକାରୀ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ , ବରଗଡ଼ ଜିଲ୍ଳାପାଳ ଓ ସମ୍ବଲପୁର ଜିଲ୍ଳାପାଳ ହସ୍ତତନ୍ତ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି ।

ସମ୍ବଲପୁରୀ ଶାଢୀ ନିଜେ ପିନ୍ଧିବା ସହିତ ଅନ୍ୟମାନେ କିଭଳି ଏହାର ବହୁଳ ବ୍ୟବହାର କରିପାରିବେ ସେଦିଗରେ ଉତ୍ସାହିତ କରିଛନ୍ତି । ଖାଲିସେତିକି ନୁହେଁ ବୁଣାକାର ମାନଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି । ସମ୍ବଲପୁରୀ ପାଟରୁ ନେଇ ମାଣିଆବନ୍ଧ ପର୍ଯ୍ୟନ୍ତ ସବୁଥିରେ ହେଉଥିିବା କାରୁକାର୍ଯ୍ୟ ବେଶ୍ ଚମକ୍ରାର ବୋଲି କହିବା ସହିତ ସମସ୍ତେ ଏହି ହସ୍ତତନ୍ତ ବ୍ୟବହାର କରିବାକୁ ପରାମର୍ଶ ବି ଦେଇଛନ୍ତି ।