ସ୍ୱାଧୀନତା ଦିବସ ଅବସରରେ ବିଟିଙ୍ଗ ଦି ରିଟ୍ରିଟ୍: ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା ଅଟାରି ୱାଘା ସୀମା

172

କନକ ବ୍ୟୁରୋ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ପଂଜାବ ଅମୃତସରର ଅଟାରି ୱାଘା ସୀମାରେ ବିଟିଙ୍ଗ ଦି ରିଟ୍ରିଟ୍ ଉତ୍ସବ ପାଳନ ଧୁମଧାମରେ ପାଳନ କରାଯାଇଛି । ଆଜାଦିର ଅମୃତ ମହୋତ୍ସବର ରଙ୍ଗ ସୀମାରେ ମଧ୍ୟ ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସମାଗମରେ ଦେଶଭକ୍ତି ଗୀତର ତାଳେତାଳେ ଦୁଲୁକିଲା ଅଟାରି ୱାଘା ସୀମା । ଏହି ଅବସରରେ ଆକର୍ଷଣ ପାଲଟିଲା ବିଏସଏଫର ମାର୍ଚ । ପାକିସ୍ଥାନ ସାମନାରେ ନିଜର ବିରତ୍ୱ ଓ ଦେଶଭକ୍ତିର ଝଲକ ଦେଖାଇଥିଲା ଭାରତୀୟ ସେନା । ଜୟ ଜବାନ୍, ଭାରତ ମାତା କି ଜୟ, ଜୟ ହିନ୍ଦର ନାରା ଶୁଣିବାକୁ ମିଳିଥିଲା । ସେନାରେ ମହିଳାମାନଙ୍କର ଡ୍ରିଲ୍ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ସୀମା ସୁରକ୍ଷା ବଳର ଦମଦାର ପରେଡ ଦେଖିବାକୁ ମିଳିଛି ।