ସ୍କୁଲ ପରିସରରେ ବୁଲୁଛି ଭାଲୁ : ଭୟରେ ଶ୍ରେଣୀ ଗୃହରୁ ବାହାରକୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ

477

କନକ ବ୍ୟୁରୋ : ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣା ସଦାଶିବ ହାଇସ୍କୁଲ ପରିସରରେ ବୁଲୁଛନ୍ତି ୩ଟି ଭାଲୁ । ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ଅଛନ୍ତି । ଭୟରେ ଶ୍ରେଣୀ ଗୃହରୁ ବାହାରି ପାରୁନାହାନ୍ତି ଛାତ୍ରଛାତ୍ରୀ ।

ସ୍କୁଲରେ ବର୍ତମାନ ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୧୬ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ସ୍କୁଲ କର୍ମଚାରୀ ରହିଛନ୍ତି । ଭାଲୁ ଭୟରେ କେହି ବାହାରକୁ ବାହାରୁ ନାହାଁନ୍ତି । ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଜଗୁଆଳ ବିଦ୍ୟାଳୟ ଭିତରେ ଭାଲୁ ପଶିଥିବା ଦେଖିଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।