ଶୀଘ୍ର କରାଇ ନିଅନ୍ତୁ ଜରୁରୀ କାମ । ଜାନୁଆରୀ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ

1,251

କନକ ବ୍ୟୁରୋ: ପୁରୁଣା ବର୍ଷ ୨୦୨୨ ଶେଷ ହବାକୁ ଯାଉଛି । ଆରମ୍ଭ ହେବ ନୂଆ ବର୍ଷ ୨୦୨୩ । ଏଥର ନୂଆ ବର୍ଷ ସମସ୍ତଙ୍କୁ ଭାରି ଖୁସି ଦେବ । କାରଣ ନୂଆବର୍ଷ ଛୁଟିଦିନ ରବିବାରରେ ପଡୁଛି । ହେଲେ ବ୍ୟାଙ୍କରେ ଜରୁରୀ କାମ ଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । କାରଣ ଏଥର ବର୍ଷ ପ୍ରଥମ ମାସ ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଏ ନେଇ ରିଜର୍ଭ ବ୍ୟାଙ୍କ ଜାରି କରିସାରିଲାଣି ଛୁଟି ତାଲିକା ।

ଆପଣ ବି ନଜର ପକାଇନିଅନ୍ତୁ ବ୍ୟାଙ୍କ ଗୁଡିକର ଛୁଟି ତାଲିକା ଉପରେ । କାରଣ ଏମିତି ହୋଇପାରେ ଯେ ଆପଣ ଜରୁରୀ କାମ ପାଇଁ ବ୍ୟାଙ୍କ ଯାଇଥିବେ ହେଲେ ବ୍ୟାଙ୍କରେ ତାଲା ଝୁଲୁଥିବ । ତେଣୁ ଜରୁରୀ କାମକୁ ଏବେଠାରୁ କରାଇନିଅନ୍ତୁ ।

ରିଜର୍ଭ ବ୍ୟାଙ୍କ ଜାରି କରିଛି ବ୍ୟାଙ୍କ ଗୁଡିକ ପାଇଁ ନୂଆ ବର୍ଷର ଛୁଟି ତାଲିକା । କେବଳ ଜାନୁଆରୀ ମାସରେ ୧୪ ଦିନ ଛୁଟିରେ ରହିବେ ବ୍ୟାଙ୍କ କର୍ମଚାରୀ । ରବିବାର ଓ ଦ୍ୱିତୀୟ ଶନିବାରକୁ ମିଶାଇ ମୋଟ ୧୪ ଦିନ ଛୁଟି । ତେବେ ଏହି ଛୁଟି ଗୁଡିକ ଦେଶର ବିଭିନ୍ନ ରାଜ୍ୟମାନଙ୍କର ପର୍ବପର୍ବାଣୀ ଗୁଡିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ଜାନୁଆରୀ ୧: ସାପ୍ତାହିକ ଛୁଟି (ରବିବାର)
ଜାନୁଆରୀ ୨ : ନୂଆ ବର୍ଷ (ମିଜୋରାମ)
ଜାନୁଆରୀ ୮ : ସାପ୍ତାହିକ ଛୁଟି (ରବିବାର)
ଜାନୁଆରୀ ୧୧ : ମିଶନାରୀ ଦିବସ
ଜାନୁଆରୀ ୧୨ : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ (ପଶ୍ଚିମବଙ୍ଗ)
ଜାନୁଆରୀ ୧୪ : ମକର ସଂକ୍ରାନ୍ତି. ବିହୁ ( ଗୁଜୁରାଟ, କର୍ଣ୍ଣାଟକ, ଆସାମ, ସିକିମ୍, ତେଲେଙ୍ଗାନା )
ଜାନୁଆରୀ ୧୫ :ପୋଙ୍ଗଲ
ଜାନୁଆରୀ ୨୨ : ସାପ୍ତାହିକ ଛୁଟି (ରବିବାର)
ଜାନୁଆରୀ ୨୩ : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ
ଜାନୁଆରୀ ୨୩: ରାଜ୍ୟ ପାହ୍ୟା ଦିବସ(ହିମାଚଳ ପ୍ରଦେଶ)
ଜାନୁଆରୀ୨୬ : ସାଧାରଣତନ୍ତ୍ର ଦିବସ
ଜାନୁଆରୀ ୨୮ : ଦ୍ୱିତୀୟ ଶନିବାରଜାନୁଆରୀ ୨୯ : ରବିବାର
ଜାନୁଆରୀ ୩୧ : ଆସାମ (ମି -ଦମ୍-ମି-ଫି)

କେବଳ ଏତିକି ନୁହେଁ ନୂଆ ବର୍ଷରେ ବ୍ୟାଙ୍କ ଗୁଡିକ ପାଇଁ ନୂଆ ନିୟମ ବି ଜାରି କରିଛନ୍ତି ଆରବିଆଇ । ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଲକର ନିୟମ କରିଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ଗ୍ରାହକଙ୍କ ସିଗ୍ନେଚର ରିନ୍ୟୁ କରିବା ସହ ଲକରରେ ଥିବା ଗ୍ରାହକଙ୍କ ଧନ ପାଇଁ ବ୍ୟାଙ୍କ ଉତ୍ତରଦାୟୀ ରହିବାକୁ ସଫା ସଫା କୁହାଯାଇଛି । ଏହାସହ ଗ୍ରାହକଙ୍କୁ ଯେପରି ହଇରାଣ ହେବାକୁ ନପଡେ ସେଥିପାଇଁ ସେମାନଙ୍କ ଉପରେ ଅଯଥା ନିୟମ ଲାଗୁ ନକରିବାକୁ କୁହାଯାଇଛି । ଲକର ପାଇଁ ଗ୍ରାହଙ୍କ ଠାରୁ ଅତିବେଶିରେ ୩ ମାସର ଦେୟ ଗ୍ରହଣ କରିବେ ବ୍ୟାଙ୍କ । ଯଦି ଲକରରେ ଥିବା ଧନସମ୍ପତ୍ତିର କିଛି କ୍ଷତି ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗୁଡିକ ଏହାର କ୍ଷତିପୂରଣ ଦେବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ ।