ଲଭ୍ ଜିହାଦର ବଦଲା ନେବାକୁ ଆହ୍ୱାନ କଲେ ପ୍ରଜ୍ଞା ସିଂହ ଠାକୁର । କହିଲେ, ହିନ୍ଦୁମାନେ ଘରେ ରଖନ୍ତୁ ଛୁରୀ । ବୟାନକୁ ନେଇ ଠିଆ ହେଲା ବିବାଦ ।

187

କନକ ବ୍ୟୁରୋ: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର । ଭୋପାଳର ଏହି ବିଜେପି ସାଂସଦ ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଅପିଲ କରିବା ସହ, ସମୟ ଆସିଲେ ଏହାର ବ୍ୟବହାର କରିବାକୁ ବି ଆହ୍ୱାନ ଦେଇଛନ୍ତି । କର୍ଣ୍ଣାଟକରେ ଆୟୋଜିତ ହିନ୍ଦୁ ଜାଗରଣ ସଭାରେ ଯୋଗ ଦେଇ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଯେ, ହିନ୍ଦୁ ମାନେ ଘରେ ଛୁରୀ ରଖିବା ଦରକାର, ସମୟ ଆସିଲେ ଏହାର ବ୍ୟବହାର ମଧ୍ୟ କରିବା ଦରକାର ।

ଏହି ସମ୍ମିଳନୀରେ ଭାଗ ନେଇଥିଲେ ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର । ସେ କହିଛନ୍ତି, ହିନ୍ଦୁମାନେ ନିଜର ସମ୍ମାନ ରକ୍ଷା କରିବା ତାଙ୍କର ଅଧିକାର । ଲୋକମାନେ ଅତି କମରେ ସେମାନଙ୍କ ଘରେ ଛୁରୀ ରଖନ୍ତୁ । କେତେବେଳେ କୌଣସି ପରିସ୍ଥିତିରେ ଛୁରୀର ଆବଶ୍ୟକତା ପଡିପାରେ ବୋଲି ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ।

ଅନ୍ୟପଟେ ସାଧ୍ୱୀ ପ୍ରଜ୍ଞା ଲଭ୍ ଜିହାଦ ବିରୋଧରେ ମଧ୍ୟ ବର୍ଷିବା ସହ ଏହା ବିରୋଧରେ ଲଢେଇ ଲଢିବାକୁ ଅପିଲ କରିଥିଲେ । ସେ କହିଥିଲେ, ଲଭ ଜିହାଦ ତାଙ୍କର ଏକ ପରମ୍ପରା । ପ୍ରେମରେ ମଧ୍ୟ ସେ ଜିହାଦ କରନ୍ତି । ହେଲେ ଆମେ ପ୍ରେମକୁ ଭଗବାନ ମାନୁ ବୋଲି କହିବା ସହ ନିଜ ଘରେ ସୁରକ୍ଷା ପାଇଁ ହିନ୍ଦୁମାନେ ଛୁରୀ ରଖନ୍ତୁ ବୋଲି କହିଛନ୍ତି । ଯାହାକି ଏବେ ବିବାଦ ସୃଷ୍ଟି କରିଛି ।