କର୍ଣ୍ଣାଟକରେ ବାଲେଶ୍ୱରର ବାପି ହାଁସଦାଙ୍କ କମାଲ: ୪ଶହ ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିତିଲେ ସ୍ୱର୍ଣ୍ଣ ପଦକ

96

କନକ ବ୍ୟୁରୋ: କର୍ଣ୍ଣାଟକରେ ଚାଲିଥିବା ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ବସ୍ତାର ବାପି ହାଁସଦା । ଉଡ଼ୁପି ଠାରେ ଚାଲିଥିବା ୧୮ ତମ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ୪ଶହ ମିଟରରେ କମାଲ ଦେଖାଇଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ଝିଙ୍କିରିଆ ଗାଁର ଯୁବ ପ୍ରତିଭା ଶ୍ରୀମାନ ବାପି ହାଁସଦା ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଝିଙ୍କିରିଆ ଗାଁର ବାପା ରବି ହାଁସଦା ମାଆ ସୁକାନ୍ତି ହାଁସଦାଙ୍କ ସାନପୁଅ ହେଉଛନ୍ତି ବାପି । ବହୁ ଅଭାବ ଅନଟନରେ ବଢ଼ି ଆସିଛନ୍ତି ବାପି । ବାପା ରବିନ୍ଦ୍ର ମାନସିକ ଭାରସାମ୍ୟ ହରାଇ ୨୦୦୮ରୁ କେଉଁଆଡ଼େ ଚାଲିଯାଇଛନ୍ତି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସୁକାନ୍ତି ହାଣ୍ଡିଆ ବ୍ୟବସାୟ କରି ପରିବାର ଚଳାନ୍ତି । ବାପି ଏବେ ଯୁକ୍ତ ୨ ବର୍ଷର ଛାତ୍ର । ସ୍କୁଲରେ ପାଠପଢ଼ା ସହ ଖେଳକୁଦରେ ମଧ୍ୟ ଭଲ କରୁଥିବାରୁ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିଲେ ବାପି ।