ଭାରତକୁ ମିଳିଲା ଆଉ ଏକ ପଦକ । କୁସ୍ତିରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ମେଡାଲ ।

372

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । କୁସ୍ତିରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ମେଡାଲ । ୮-୦ରେ କାଜାକିସ୍ତାନର ଖେଳାଳିଙ୍କୁ ହରାଇଲେ ହରାଇଲେ ବଜରଙ୍ଗ । ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ରେସିଲିଂରେ ବଜରଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି ।

କ୍ୱାଟରଫାଇନାଲରେ ବଜରଙ୍ଗ ଇରାନ ପ୍ରତିଦ୍ୱନ୍ଦିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ପ୍ରି-କ୍ବାର୍ଟର୍ସରେ ସେ କାଜାଖସ୍ତାନର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ । ପ୍ରଥମ ପର୍ଯ୍ୟାୟର ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ । କିନ୍ତୁ, ପ୍ରତିଦ୍ବନ୍ଦ୍ବିତାର ଦ୍ବିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ ।

ହେଲେ ସେମିଫାଇନାଲରେ ଆଜାରବୈଜାନର ହାଜି ଆଲିୟେଭଙ୍କଠାରୁ ପରାସ୍ତ ହୋଇଥିଲେ ଭାରତର ବଜରଙ୍ଗ ପୁନିଆ । ଏହି ମ୍ୟାଚରେ ବଜରଙ୍ଗ ୫-୧୨ରେ ପରାସ୍ତ ହୋଇଥିଲେ ।