ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଯୁଦ୍ଧର କାରଣ: ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର

391

କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ୨୦ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ହୁଏତ ଆଗାମୀ ଦିନରେ ଭାରତ ଓ ଆମେରିକା ସମ୍ପର୍କ ବିବାଦଘେରକୁ ଆସିପାରେ । ବାଇଡେନ କହିଛନ୍ତି ଜି-୨୦ ସମ୍ମିଳନୀରେ….
‘ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର୍’ ଘୋଷଣାରେ ବିଚଳିତ ହୋଇପଡିଛି ହମାସ
-ତେଣୁ ବିଚଳିତ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଛି
-ଧିରେ ଧିରେ ଏହା ଯୁଦ୍ଧର ରୂପ ନେଲା
-ମୋ ପାଖରେ ପ୍ରମାଣ ନାହିଁ ତଥାପି ପରିସ୍ଥିତିି ଏହାକୁ ଇଙ୍ଗିତ କରୁଛି

ନିକଟରେ ଭାରତରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଏହି କରିଡ଼ର ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା । କୁହାଯାଉଛି ଚୀନର ବିଆରଆଇକୁ କଡ଼ା ଟକ୍କର ଦେବ ଆଇଏମଇସି । ଇଷ୍ଟନ ଓ ନର୍ଦନ କରିଡର ଭାରତ ପାଇଁ ବେଶ ଗୁରୁତ୍ୱବହନ କରୁଛି । ଯେଉଁଠି ଇଷ୍ଟନ କରିଡନ ଭାରତକୁ ଗଲ୍ପ ଦେଶ ସହ ଯୋଡିବ । ନର୍ଦନ କରିଡର ଦ୍ୱାରା ଗଲ୍ୱ ଦେଶମାନଙ୍କୁ ୟୁରୋପ ସହ ଯୋଡିବ ।

୧୯ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଘନ ଘନ ଆକ୍ରମଣ-ପ୍ରତିଆକ୍ରମଣରେ କ୍ଷଣିକରେ ଯାଉଛି ଜୀବନ । ଏବେ ସୁଦ୍ଧା ୩୫ଶହ ଶିଶୁଙ୍କ ସମେତ ୮ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ୨ଶହରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛି ହମାସ । ତେବେ ମାନବିକତା ଦୃଷ୍ଟିରୁ କିଛି ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ ।

ହମାସ ଉପରେ ଅର୍ତିକିତ ଆକ୍ରମଣ ସହ ଗ୍ରାଉଣ୍ଡ ଜିରୋରୁ ଖୋଜି ଖୋଜି ବାହାର କରୁଛି ଇସ୍ରାଏଲ ଡିଫେନ୍ସ ପୋର୍ସ । ସେପଟେ ସିରିଆ, ଲେବାନନ, ଇରାନ ଇସ୍ରାଏଲକୁ ଟାର୍ଗେଟ କରୁଥିବାବେଳେ ଏହାର କଡ଼ା ଜବାବ ଦେଇ ଇସ୍ରାଏଲ ସେନା ରକେଟ ଓ ମିସାଇଲ ମାଡ କରୁଛି । ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଯେତିକି ରକ୍ତମୁଖା ହେଉଛି ସେପଟେ ଇସ୍ରାଏଲ ବିରୋଧରେ ଇସଲାମିକ ରାଷ୍ଟ୍ରଙ୍କ ବଳ ଦିନକୁ ଦିନ ବୃଦ୍ଧି ପାଉଛି । ଆଗାମୀ ଦିନରେ ଯୁଦ୍ଧ କେଉଁ ଦିଗକୁ ମୁହାଁଉଛି ଏହା ଉପରେ ସାରା ବିଶ୍ୱର ନଜର