ଯୁଦ୍ଧର ୨୦ଦିନରେ ଗାଜାର ସ୍ଥଳପଥରେ ପଶିଲା ଇସ୍ରାଏଲ ସେନା । ହମାସ କମାଣ୍ଡର, ଆତଙ୍କୀଙ୍କ ଠିକଣା ସହ ଟ୍ୟାଙ୍କ ଧ୍ୱଂସ

221

କନକ ବ୍ୟୁରୋ : ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ । ମଙ୍ଗଳବାର ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଉତର ଗାଜାର ସୀମାରେ ପ୍ରବେଶ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଗୁରୁବାର ସ୍ଥଳପଥରୁ ଆକ୍ରମଣ ଆରମ୍ଭ ହୋଇଛି । ଗାଜା ଭିତରେ ପ୍ରବେଶ କରିବା ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରିଛି ଇସ୍ରାଏଲ ସେନା । ଆମେରିକାର ବାରଣ ସତେ ଇସ୍ରାଏଲ ଗାଜାର ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନିତ୍ୟାନେହୁ ଗାଜାରେ ପ୍ରବେଶ କରିବା ନେଇ ଘୋଷଣା କରିବାର କିଛି ଘଂଟା ପରେ ଇସ୍ରାଏଲ ସେନା ଉତର ଗାଜାରେ ପ୍ରବେଶ କରିଛି । ଗାଜାରେ ସ୍ଥଳ ଅପରେସନ ବନ୍ଦ ରଖିବାକୁ ଆମେରିକାର ଇସ୍ରାଏଲର ଗ୍ରାଉଣ୍ଡ ପରାମର୍ଶ ଦେଇଥିଲା । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଉଛି ଆମେରିକା । ସେପଟେ ହମାସକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ ନେଇ ଭାରତର ସହାୟତା ଲୋଡିଛି ଇସ୍ରାଏଲ । ଜାତିସଂଘରେ ଏହା ଉପରେ ଭୋଟିଂ ହେବାକୁ ଥିବା ବେଳେ ହମାସକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ କହିଛନ୍ତି ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ ।