କ୍ୟାସ ଫର କ୍ୱେରି ମାମଲାରେ ବଢ଼ିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ଅକ୍ଟୋବର ୩୧ରେ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

111

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଗୁରୁବାର ବସିଛି ଏଥିକ୍ସ କମିଟି ବୈଠକ । ବୈଠକରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଅଭିଯୋଗକାରୀ ତଥା ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋହୀଙ୍କୁ ପ୍ରଶ୍ନ ପଚାରିଛି ଏଥିକ୍ସ କମିଟି । ମାମଲାକୁ ନେଇ ସେମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଏଥିସହ ମାମଲାରେ ଅକ୍ଟୋବର ୩୧ରେ ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କୁ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ କୁହାଯାଇଛି । ଅଭିଯୋଗ ରହିଛି ଯେ ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ମୋହୁଆ ମୋଇତ୍ରା କୋଟି କୋଟି ଟଙ୍କାର ଲାଂଚ ଓ ଉପହାର ନେଇଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠୁ ମୋହୁଆ ଏହି ଲାଂଚ ନେଇଥିବା ଅଭିଯୋଗ କରିଥିଲେ ଆଇନଜୀବୀ ତଥା ମୋହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟଅନନ୍ତ ଦେହାଦ୍ରୋହୀ । ପରେ ପ୍ରମାଣ ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଭାର ଏଥିକ୍ସ କମିଟି ହାତକୁ ଯାଇଛି । ସେପଟେ ସତ୍ୟପାଠରେ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ଅଭିଯୋଗ ସତ କହିବା ପରେ ମୋହୁଆଙ୍କ ଅଡୁଆ ବଢିଛି ।