ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା…

କନକ ବ୍ୟୁରୋ: ଯାହା ସନ୍ଦେହ କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି । କରୋନା ଭୂତାଣୁ ସମ୍ପର୍କରେ ତଦନ୍ତ ପାଇଁ ଉହାନ ପ୍ରାନ୍ତ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ ଖାଲି ହାତରେ ଫେରୁଛନ୍ତି । ଏପରିକି ବିଶେଷଜ୍ଞ ମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ୨୦୧୯…

ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।

କନକ ବ୍ୟୁରୋ: କୁରୁକ୍ଷେତ୍ରର ପିହୋବାରେ ମଙ୍ଗଳବାର କୃଷକ ମହାପଞ୍ଚାୟତରେ ସମ୍ବୋଧନ କରି ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ଏ ଆନ୍ଦୋଳନ ଆଗକୁ ବଢିବ ଏବଂ ପୂରା ଦେଶରେ ଖେଳିବ । ୪ ଲକ୍ଷ ନୁହେଁ ବଂର ଚାଷୀମାନେ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ରାକେଶ…

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ…

କନକ ବ୍ୟୁରୋ : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।…

ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ…

କନକ ବ୍ୟୁରୋ: ପଦ୍ମ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ । ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ । ଯାହାକି ରବିବାର ଦିନ ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ…

ଏବର୍ଷ ହେବନି ଖଣ୍ଡଗିରି ମେଳା । ମେଳା ଉପରେ ରୋକ୍ ଲଗାଇଲା ବିଏମସି । କେବଳ ପାଳନ ହେବ ପରମ୍ପରା ।

କନକ ବ୍ୟୁରୋ: ଏ ବର୍ଷ ହେବନି ଖଣ୍ଡଗିରି ମେଳା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କେବଳ ପରମ୍ପରାକୁ ବଜାୟ ରଖିବାକୁ ଏହି ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି…

ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ୭ ଦିନ ପାଇଁ ରିମାଣ୍ଡରେ ନେଲା…

କନକ ବ୍ୟୁରୋ: ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁୁକୁ ମଙ୍ଗଳବାର ତିସ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୋଲିସ ପକ୍ଷରୁ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲେ ହେଁ…