ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ ରହିବ ପଦ୍ମବେଶ 

42

କନକ ବ୍ୟୁରୋ: ପଦ୍ମ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ । ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ । ଯାହାକି ରବିବାର ଦିନ ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ । ଅନ୍ୟପଟେ ଏବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନି । ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।