ଏବର୍ଷ ହେବନି ଖଣ୍ଡଗିରି ମେଳା । ମେଳା ଉପରେ ରୋକ୍ ଲଗାଇଲା ବିଏମସି । କେବଳ ପାଳନ ହେବ ପରମ୍ପରା ।

178

କନକ ବ୍ୟୁରୋ: ଏ ବର୍ଷ ହେବନି ଖଣ୍ଡଗିରି ମେଳା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କେବଳ ପରମ୍ପରାକୁ ବଜାୟ ରଖିବାକୁ ଏହି ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି । ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ମେଳା ହେବ । ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ । ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ କିନ୍ତୁ ଏହି ମେଳା ଉପରେ ରୋକ୍ ଲାଗିଛି ।