ସରକାରୀ ଘରେ ଚାଲିଥିଲା ମଦ ବେପାର । ଅସଲି ବ୍ରାଣ୍ଡର ବୋତଲରେ ବିକ୍ରି ହେଉଥିଲା ନକଲି ମଦ ।

କନକ ବ୍ୟୁରୋ: ସରକାରୀ କୋଠାରେ ଚାଲିଥିଲା ମଦ ବେପାର । ଆରଏସପି କ୍ୱାର୍ଟରରେ ନକଲି ମଦ କାରଖାନା ଚାଲିଥିଲା । ଷ୍ଟିଲସିଟି ରାଉରକେଲାର ସେକ୍ଟର ୧୯ ସ୍ଥିତ ଏକ ଆରଏସପି କ୍ୱାର୍ଟରରେ ବର୍ଷ ବର୍ଷ ଧରି ନକଲି ମଦ କାରଖାନା ଚାଲିଥିଲା । ଜନବସତି ମଧ୍ୟରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ହେଁ…

ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ରାତିରେ ଡାକ୍ତର ରହୁନଥିବା ନୋଟିସ୍ ମାରିଲେ…

କନକ ବ୍ୟୁରୋ: ଡାକ୍ତରଖାନା ଅଛି, ହେଲେ ରାତିରେ ଗଲେ ଆପଣଙ୍କୁ ଚିକିତ୍ସା ସେବା ମିଳିବ ନାହିଁ । କାରଣ ଡାକ୍ତରଖାନାରେ ରାତିରେ ଡାକ୍ତର ରହିବେ ନାହିଁ । ଏ କଥା ଆମେ କହୁନାହୁଁ । ଡାକ୍ତରଖାନାରେ ଲାଗିଥିବା ନୋଟିସ୍ ବୋର୍ଡକୁ ଦେଖି ଚାରିଆଡେ ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଗୋଷ୍ଠୀ…

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳକଷ୍ଟ, ପାଣି ଅଭାବରୁ ଅଗାଧୁଆ ରୁହନ୍ତି ଗ୍ରାମବାସୀ ।

କନକ ବ୍ୟୁରୋ: ଅସହ୍ୟ ଖରା ସାଙ୍ଗକୁ ଜଳ କଷ୍ଟ ଏବେ କଲବଲ କଲାଣି । ଖରାପ୍ରଭାବରେ ନାଳ ଗାଡିଆ ଓ ଝରଣା ସୁଖିଯିବା ପରେ ଉପଉନ୍ତ ଗାଁ ରେ ଦେଖିବାକୁ ମିଳିଛି ଜଳ ଯନ୍ତ୍ରଣା । ପିଇବା ଓ ଗାଧେଇବା ପାଇ ଲୋକେ କରୁଛନ୍ତି ସଂଘର୍ଷ । ଦିର୍ଘ ସମୟ ଅପେକ୍ଷା କରି ନେଉଛନ୍ତି ପିଇବା ପାଣି ଟୋପାଏ । ଏପରି…

ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ । ଠେଙ୍ଗା ବାଡି ଧରି ଗୋଡାଇ ଗୋଡାଇ ପିଟିଲେ ମାଟି ମାଫିଆ ।

କନକ ବ୍ୟୁରୋ: ତହସିଲଦାରଙ୍କୁ ଆକ୍ରମଣ । ଢେଙ୍କାନାଳ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ଉପରେ ଆକ୍ରମଣ କରିଛନ୍ତି ମାଟି ମାଫିଆ । ତହସିଲଦାରଙ୍କ ଉପରେ ଜେସିବ ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ…

ଗଙ୍ଗା ଆଳତୀ ଦେଖିବାକୁ ଆସିଥିଲେ ନାବାଳିକା । ନିଛାଟିଆ ଦେଖି ଗଣଦୁଷ୍କର୍ମ କଲେ ୪ ଜଣ ନର ପିଶାଚ ।

କନକ ବ୍ୟୁରୋ: ଗଙ୍ଗା ଆଳତୀ ଦେଖିବାକୁ ଯାଇଥିବା ନାବାଳିକା ସହ ଗଣଦୁଷ୍କର୍ମ । ଉତ୍ତରପ୍ରଦେଶ ବାରଣାସୀରୁ ଆସିଲା ମଣିଷ ଜାତିକୁ ଲଜ୍ଜିତ କରିଦେବା ଭଳି ଖବର । ବାରଣାସୀରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଅଭିଯୋଗ ମୁତାବକ ୪ ଜଣ ନର…

କାକଟପୁର ମା’ ମଙ୍ଗଳାଙ୍କ ପ୍ରତିମାରୁ ଝାଳ ବାହାରୁଥିବା ଦାବି କଲେ ପୂଜକ । ବିଜ୍ଞାନ ଶିକ୍ଷକ କହିଲେ ବୈଜ୍ଞାନିକ କାରଣ ।

କନକ ବ୍ୟୁରୋ: କାକଟପୁର ଅଧିଷ୍ଟାତ୍ରୀ ମା’ ମଙ୍ଗଳାଙ୍କ ଅଲୌକିକତାକୁ ନେଇ ଅନେକ କିମ୍ବନ୍ଦନ୍ତୀ ରହିଛି । ପାଷାଣ ରୂପରେ ପୂଜା ପାଉଥିବା ମା’ଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ମାନସିକ ପୂରଣ ଧାଇଁ ଆସନ୍ତି ଭକ୍ତ । ସେହି ମା’ଙ୍କ ମନ୍ଦିରରୁ ଆସିଛି ଆଶ୍ଚର୍ଯ୍ୟ ଓ ଅଲୌକିକ ଦୃଶ୍ୟ । ପ୍ରବଳ…