ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ । ଠେଙ୍ଗା ବାଡି ଧରି ଗୋଡାଇ ଗୋଡାଇ ପିଟିଲେ ମାଟି ମାଫିଆ ।

736

କନକ ବ୍ୟୁରୋ: ତହସିଲଦାରଙ୍କୁ ଆକ୍ରମଣ । ଢେଙ୍କାନାଳ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ଉପରେ ଆକ୍ରମଣ କରିଛନ୍ତି ମାଟି ମାଫିଆ । ତହସିଲଦାରଙ୍କ ଉପରେ ଜେସିବ ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ ମାଟି ଖୋଳି ନେଇ ଯାଉଥିଲେ ମାଫିଆ । ଏନେଇ ଖବର ପାଇ ତୁରନ୍ତ ଚଢାଉ କରିଥିଲେ ତହସିଲଦାର । ତହସିଲଦାର ସିରିଅଲ ଶୁଭ୍ର ପଟେଲ ଘଟଣାସ୍ଥଳରେ ପହଂଚିବା ପରେ ମାଟି ମାଫିଆ ହାତରେ ଠେଙ୍ଗା ଧରି ତାଙ୍କ ଆଡକୁ ମାଡି ଆସିଥିଲେ । କାହିଁକି ମାଟି ଖୋଳୁଛ ବୋଲି ପଚାରିବାରୁ ମାଫିଆମାନେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ ।

ଏମିତିକି ଜେସିବି ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ପରଜଙ୍ଗ ଆରଆଇ ଆଲୋକ କୁମାର ଲେଙ୍କା ଓ ତହସିଲ କର୍ମଚାରୀ ପ୍ରେମାନନ୍ଦ ବେହେରାଙ୍କୁ ବି ଛାଡି ନାହାନ୍ତି ଆକ୍ରମଣକାରୀ । ତେବେ ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ବେଳେ ସେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପରଜଙ୍ଗ ବିଧାୟକ ନୃସିଂହ ସାହୁ ଡାକ୍ତରଖାନାରେ ପହଂଚିଛି ତହସିଲଦାରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।