ବଡ଼ପଣ ଦେଖାଇଲେ ପୂର୍ବତନ ଆର୍ମି ଅଫିସର । ଆର୍ମି ଅପରେସନ୍ ଭଳି ବୁଦ୍ଧି ଖଟାଇଲେ, ହଜିଯାଇଥିବା ଲୋକର ପର୍ସ ଫେରାଇଲେ ।

କନକ ବ୍ୟୁରୋ: ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ଆର୍ମି ଅଫିସର । ରାଉରକେଲାରୁ ପାଇଥିଲେ ଟଙ୍କା ଭର୍ତ୍ତି ମନି ପର୍ସ, ଆର୍ମି ବୁଦ୍ଧି ଖଟାଇ ଶେଷରେ ଉପଯୁକ୍ତ ଲୋକଙ୍କୁ ଫେରାଇଲେ ମନି ପର୍ସ ସହ ହଜାର ହଜାର ଟଙ୍କା ।…

କଥା ରଖିଲେ କିନ୍ନର, ସାଜିଲେ ପରିବାର । ଅସହାୟ ଝିଅକୁ ବାହାଦେଇ ଗଢ଼ିଦେଲେ ନୂଆ ସଂସାର ।

କନକ ବ୍ୟୁରୋ: ଅସହାୟ ଝିଅକୁ ସାହା ହେଲେ କିନ୍ନର । ନିଜ ପେଟପଟଣାରୁ କାଟି ଗରିବ ଝିଅକୁ ବାହା କରାଇଛନ୍ତି କିନ୍ନର ସଂଘ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମନ୍ଦିର ବେଢ଼ାରେ ହାତଗଣ୍ଠି ପଡ଼ିଛି । ନବ ଦମ୍ପତିଙ୍କୁ ନିଜ ଝିଅ ଆଉ ଜ୍ୱାଇଁ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର…

ଜାଆଁଳା ଶିଶୁଙ୍କୁ କର୍କଟ ରୋଗ, କୋଳରେ ଯମଜ ଛୁଆଙ୍କୁ ଧରି କାନ୍ଦୁଛି ଜନ୍ମଦାତ୍ରୀ ।

କନକ ବ୍ୟୁରୋ: ଏ ଲୁହ ଜଣେ ସେହ୍ନମୟୀ ମା’ର । ଏ କୋହ ତା’ କୋଳର ସାହାରାରେ ଦୁନିଆ ଦେଖୁଥିବା ଦୁଇ ଜାଆଁଳା ଛୁଆର । କାରଣ ଦୁନିଆ କଣ ଜାଣିବା ଆଗରୁ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି ଜନ୍ମକଲା ଦୁଇ ନବଜତ ଶିଶୁପୁତ୍ର । ଯମଜ ପିଲାଙ୍କ ଜୀବନ ବଞ୍ଚାଇବାକୁ କୋଳରେ ଧରି ଲୁହ ଗଡାଉଛି ଜନ୍ମକଲା…

5T ସଚିବଙ୍କ ଗାଡ଼ିକୁ ଅଣ୍ଡାମାଡ଼ ପଡ଼ିବ ମହଙ୍ଗା ! ଅଣ୍ଡାମାଡ଼ କରିଥିବା କର୍ମୀଙ୍କ ପାଇଁ ଫେସବୁକରେ ଏମିତି ଲେଖିଲା ‘ଆପ୍’…

କନକ ବ୍ୟୁରୋ: ମହଙ୍ଗା ପଡ଼ିବ ଫାଇଭ୍-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ । ସୁବର୍ଣ୍ଣପୁରର ଉଲୁଣ୍ଡାକୁ ଗସ୍ତ ସମୟରେ ୫ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ଆପ୍ କର୍ମୀ । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡିଶା ଶାଖାର ପ୍ରତିକ୍ରିୟା ରଖିଛି । ଆଉ ଦଳ ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି…

ବିଜେଡିକୁ ବିଜେପିର କାଉଣ୍ଟର, ବାବୁ ସିଂ କହିଲେ… ଇସ୍କନ ସାମ୍ନାରେ ପାଣି ଜମିବା ସମସ୍ୟାର ସମାଧାନ କେବେ?

କନକ ବ୍ୟୁରୋ: ସାଂସଦ ଅପରାଜିତାଙ୍କୁ ବିଜେଡିର ଟାର୍ଗେଟ ପରେ ପାଲଟା ଜବାବ୍ ରଖିଲା ବିଜେପି । ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରଶ୍ନର ଶାଣିତ ଜବାବ୍ ରଖିଛନ୍ତି । ବାବୁ ସିଂ କହିଛନ୍ତି ଯେ, ଇସ୍କନ ସାମ୍ନାରେ ପାଣି ଜମୁଛି, ଏହାର…

5T ସଚିବଙ୍କ ବିରୋଧରେ ଦିଲ୍ଲୀ ଗଲେ ବିଜୟ । ସଚିବଙ୍କ ଗସ୍ତକୁ ନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।

କନକ ବ୍ୟୁରୋ: ଫାଇଭ୍-ଟି ସଚିବଙ୍କ ବିରୋଧରେ ଦିଲ୍ଲୀ ଗଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଚିଠି ଲେଖି ଅଭିଯୋଗ କଲେ ବିଜୟ । ସଚିବ ଆଇଏଏସ କଣ୍ଡକ୍ଟ ରୁଲର ଉଲ୍ଲଂଘନ କରୁଛନ୍ତି । ତାଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ…