ବିଜେଡିକୁ ବିଜେପିର କାଉଣ୍ଟର, ବାବୁ ସିଂ କହିଲେ… ଇସ୍କନ ସାମ୍ନାରେ ପାଣି ଜମିବା ସମସ୍ୟାର ସମାଧାନ କେବେ?

3,824

କନକ ବ୍ୟୁରୋ: ସାଂସଦ ଅପରାଜିତାଙ୍କୁ ବିଜେଡିର ଟାର୍ଗେଟ ପରେ ପାଲଟା ଜବାବ୍ ରଖିଲା ବିଜେପି । ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରଶ୍ନର ଶାଣିତ ଜବାବ୍ ରଖିଛନ୍ତି । ବାବୁ ସିଂ କହିଛନ୍ତି ଯେ, ଇସ୍କନ ସାମ୍ନାରେ ପାଣି ଜମୁଛି, ଏହାର ସମାଧାନ କେବେ? ଭୁବନେଶ୍ୱରର ଗଳିକନ୍ଦି କେତେଥର ବୁଲିଛନ୍ତି ଶ୍ରୀମୟୀ, କେଉଁ ୱାର୍ଡରେ କେଉଁ ସମସ୍ୟା ଅଛି ତାହା ଜାଣିଛନ୍ତି କି ଶ୍ରୀମୟୀ? ଯଦି ହଁ ତେବେ ଏନେଇ ଉତ୍ତର ରଖିବାକୁ ଆହ୍ୱାନ କରିଛି ବିଜେପି । ଏପରିକି ଅପରାଜିତାଙ୍କ ପୂର୍ବରୁ ଭୁବନେଶ୍ୱରରେ ଥିବା ସାଂସଦ କ’ଣ କରୁଥିଲେ, କାହିଁକି ଏଯାଏଁ ସହରର ସ୍ୱେରେଜ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ୍ ହୋଇପାରୁନି ତା’ର ଉତ୍ତର ରଖିବେ କି ମାଡାମ୍?

ପୂର୍ବରୁ ଶ୍ରୀମୟୀ ବିଜେପିକୁ କଲରା ସହ ତୁଳନା କରିବା ରାଜ୍ୟ ରାଜନୀତିକୁ ଉଷ୍ମ କରାଇଛି । ଫାଇଭ-ଟି ସଚିବଙ୍କୁ ନିଶାନା କରି ପ୍ରେସମିଟ୍ କରିଥିଲେ ଭୁବନେଶ୍ୱର ସାଂସଦ, ଏହାପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୀତି ଜୋରଦାର ଚାଲିଛି ।