ଜଙ୍ଗଲ ଭିତରେ ଠାବ ହେଲା ମାଓ କ୍ୟାମ୍ପ । ବଡ ଧରଣର ନକ୍ସଲ ଆକ୍ରମଣ ପଣ୍ଡ । ମାଲକାନଗିରିରେ ବିଏସଏଫ୍ ଯବାନଙ୍କୁ ସଫଳତା ।

କନକ ବ୍ୟୁରୋ: ମାଲକାନଗିରିରେ ବିଏସଏଫ ଯବାନଙ୍କୁ ବଡ଼ ସଫଳତା । ପଡ଼ିଆ ଥାନା ଶିଲାକୋଟା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ୩ଟି ଶକ୍ତିଶାଳୀ ଆଇଇଡି, ୨୫ଟି ଜିଲୋଟିନ୍ ଷ୍ଟିକ୍ ଓ ବିଦ୍ୟୁତ ତାର ଜବତ । ବଡ଼ ଧରଣର ବସ୍ଫୋରଣ ପାଇଁ ମାଓବାଦୀ ମାନେ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରିଛନ୍ତି…

ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ୱସ୍ତି । ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା , ୫ ଦିନ ଯାଏଁ…

କନକ ବ୍ୟୁରୋ: ତାତିରୁ ମିଳିଲା ଆଶ୍ୱସ୍ତି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଂଜ, କେଳନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼,…

ଶୁଖିଲା ପଡ଼ିଛି ଚେକ ଡ୍ୟାମ୍ । ପାଣି ବିନା ହୋଇପାରୁନି ଚାଷ, ଶୁଖିଲା ପଡିଛି ଶହ ଶହ ଏକର ଜମି ।

କନକ ବ୍ୟୁରୋ: ଶୁଖିଲା ପଡ଼ିଛି ଚେକ ଡ୍ୟାମ୍, ପାଣି ବିନା ରବି ଫସଲ ନଷ୍ଟ ହେବାକୁ ବସିଲାଣି । ୫ବର୍ଷ ତଳେ ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚରେ ମାଲକାନାଗିରିର ଏମଭି-୫୮ ଅଂଚଳରେ ନିର୍ମାଣ ହୋଇଥିଲା ଚେକ ଡ଼୍ୟାମ । କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ଚେକ ଡ୍ୟାମ ନିର୍ମାଣରେ…

ଶୋଇଥିବାବେଳେ ଘରେ ନିଆଁ ଲଗାଇ ଦେଲା ପଡୋଶୀ । କେନ୍ଦ୍ରାପଡା ପାଟକୁରାରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ: କେନ୍ଦ୍ରାପଡା ପାଟକୁରାରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲା ପଡୋସୀ । ଜଳି ପୋଡି ପାଉଁସ ହୋଇଗଲା ଦୁଇ ବଖରା ଘର । ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ପୂର୍ବ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ବାଦବିବାଦ ଲାଗି ରହିଥିଲା ।…

ହଜାରେ ଟଙ୍କା ଓ ବ୍ୟାଗ ପାଇଁ ହନ୍ତସନ୍ତ । ଟଙ୍କା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଅପେକ୍ଷା କରି ଖାଲି ହାତ । ବାଲେଶ୍ୱର…

କନକ ବ୍ୟୁରୋ: ହଜାରେ ଟଙ୍କା ଓ ବ୍ୟାଗ ପାଇଁ ହନ୍ତସନ୍ତ ହେଉଛନ୍ତି ଲେକେ । ବାଲେଶ୍ୱର ନିଳଗିିରି ପଞ୍ଚାୟତ କାଯ୍ୟାଳୟ ସମ୍ମୁଖରେ ଖାତା ଧରି ପଡିରହିଛନ୍ତି ବୟସ୍କ ଲୋକେ । ଟଙ୍କା ପାଇଁ ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା କରିବା ପରେ ମଧ୍ୟ ଖାଲି ହାତରେ ଫେରିଛନ୍ତି ଲୋକେ । ରାସନ କାର୍ଡଧାରିଙ୍କୁ…

ନକଲି ନୌସେନା ଅଧିକାରୀ ଗିରଫ । ମାଟ୍ରିମୋନିରେ ସାଇଟ୍ ଖୋଲି ଯୁବତୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ।

କନକ ବ୍ୟୁରୋ: ମାଟ୍ରିମୋନିରେ ସାଇଟ୍ ଖୋଲି ନିଜକୁ ନୌସେନାର ଅଫିସର ପରିଚୟ ଦେଇଥିଲେ ଏବଂ ପରେ ଯୁବତୀଙ୍କୁ ଫସାଇ ବ୍ଲାକମେଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତରେ ଫଟୋ ଓ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ଯୁବକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି…