ଶୋଇଥିବାବେଳେ ଘରେ ନିଆଁ ଲଗାଇ ଦେଲା ପଡୋଶୀ । କେନ୍ଦ୍ରାପଡା ପାଟକୁରାରେ ଅଭାବନୀୟ ଘଟଣା ।

131

କନକ ବ୍ୟୁରୋ: କେନ୍ଦ୍ରାପଡା ପାଟକୁରାରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲା ପଡୋସୀ । ଜଳି ପୋଡି ପାଉଁସ ହୋଇଗଲା ଦୁଇ ବଖରା ଘର । ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ପୂର୍ବ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ଶନିବାର ଏହି କଥାକୁ ନେଇ ପରିସ୍ଥିତି ଉଗ୍ର ହେବାରୁ ପୀଡିତଙ୍କ ଘରେ ନିଆଁ ଲଗାଇଦେଇଥିଲେ ପଡୋଶୀଙ୍କ ବୃଦ୍ଧା ଓ ତାଙ୍କ ଦୁଇ ବୋହୂ । ଏହା ସହ ପୀଡିତଙ୍କୁ ମାଡ ମାରିବାକୁ ମଧ୍ୟ ଧମକ ଦେଇଥିଲେ ।