ଶୁଖିଲା ପଡ଼ିଛି ଚେକ ଡ୍ୟାମ୍ । ପାଣି ବିନା ହୋଇପାରୁନି ଚାଷ, ଶୁଖିଲା ପଡିଛି ଶହ ଶହ ଏକର ଜମି ।

78

କନକ ବ୍ୟୁରୋ: ଶୁଖିଲା ପଡ଼ିଛି ଚେକ ଡ୍ୟାମ୍, ପାଣି ବିନା ରବି ଫସଲ ନଷ୍ଟ ହେବାକୁ ବସିଲାଣି । ୫ବର୍ଷ ତଳେ ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚରେ ମାଲକାନାଗିରିର ଏମଭି-୫୮ ଅଂଚଳରେ ନିର୍ମାଣ ହୋଇଥିଲା ଚେକ ଡ଼୍ୟାମ । କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ଚେକ ଡ୍ୟାମ ନିର୍ମାଣରେ କିନ୍ତୁ ପାଣି ଆସୁନାହିଁ । ଫଳରେ ଚେକ ଡ଼୍ୟାମ ତଳେ ଥିବା ଶହଶହ ଏକର ଚାଷ ଜମି ଏବେ ପାଣି ଅଭାବରୁ ପଡ଼ିଆ ପଡ଼ି ରହିଥିବାର ଅଭିଯୋଗ ହୋଇଛି । ଏପରିକି ରବି ଫସଲ କରିଥିବା କିଛି ଚାଷୀଙ୍କର ପାଣି ଅଭାବରୁ ପନିପରିବା ଫସଲ ଏବେ ନଷ୍ଟ ହେବାକୁ ବସିଲାଣି ।

କେବଳ ବର୍ଷା ଉପରେ ନିର୍ଭର କରି ଚାଷୀମାନେ ଖରିଫ ଋତୁରେ ଧାନ ଚାଷ କରୁଥିବାବେଳେ ରବି ଋତୁରେ ପାଣି ସୁବିଧା ନଥିବାରୁ ଚିନାବାଦାମ କିମ୍ବା ପନିପରିବା ଫସଲ କରିପାରୁନାହାଁନ୍ତି । ଫଳରେ ଚେକ ଡ୍ୟାମ ତଳେ ଥିବା ଶହଶହ ଚାଷ ଜମି ଏବେ ଟାଙ୍ଗରା ଭୂଇଁରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି ।