ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ୱସ୍ତି । ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା , ୫ ଦିନ ଯାଏଁ ରହିବ ମେଘୁଆ ପାଗ ।

426

କନକ ବ୍ୟୁରୋ: ତାତିରୁ ମିଳିଲା ଆଶ୍ୱସ୍ତି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଂଜ, କେଳନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେହିପରି ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପାଗ ମେଘୁଆ ରହିବ ବୋଲି ପୁର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପୂବ ର୍ରୁ ଦ କ୍ଷିଣ ଆନ୍ଧ୍ରପ୍ରଦେଶରୁ ଗୁରୁଚାପ ବଳୟଟି ଆସୁଥିଲା ତାହାର ପ୍ରଭାବରେ ଓଡିଶାରେ ଦିଗରେ ରହୁଥିଲା । ଫଳରେ ତାପମାତ୍ରା ବଢୁଥିଲା । କିନ୍ତୁ ବର୍ତମାନ ତାହା ଦୁର୍ବଳ ହୋଇଛି । ଫଳରେ ପାଗ ସାମାନ୍ୟ ପରିବର୍ତନ ହୋଇଛି । ଆଜିଠାରୁ ଉତର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ ଘଡି ସହ ହାଲୁକା ବର୍ଷା ହୋଇପାରେ । ୨୮ ତାରିଖରୁ ପୁଣି ତାପମାତ୍ରା ବଢିବା ସମ୍ଭାବନା ରହିଛି ।