ଜଙ୍ଗଲ ଭିତରେ ଠାବ ହେଲା ମାଓ କ୍ୟାମ୍ପ । ବଡ ଧରଣର ନକ୍ସଲ ଆକ୍ରମଣ ପଣ୍ଡ । ମାଲକାନଗିରିରେ ବିଏସଏଫ୍ ଯବାନଙ୍କୁ ସଫଳତା ।

124

କନକ ବ୍ୟୁରୋ: ମାଲକାନଗିରିରେ ବିଏସଏଫ ଯବାନଙ୍କୁ ବଡ଼ ସଫଳତା । ପଡ଼ିଆ ଥାନା ଶିଲାକୋଟା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ୩ଟି ଶକ୍ତିଶାଳୀ ଆଇଇଡି, ୨୫ଟି ଜିଲୋଟିନ୍ ଷ୍ଟିକ୍ ଓ ବିଦ୍ୟୁତ ତାର ଜବତ । ବଡ଼ ଧରଣର ବସ୍ଫୋରଣ ପାଇଁ ମାଓବାଦୀ ମାନେ ଯୋଜନା କରିଥିବା ବେଳେ ଏହାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । ସୀମାନ୍ତ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବଢ଼ିଥିବା ବେଳେ ମାଲକାନଗିରିରେ କିନ୍ତୁ ଦୁର୍ବଳ ହୋଇଛି ମାଓ ଗଡ଼ । ର୍ପୂବରୁ ମାଓବାଦୀଙ୍କ ଚରା ଭୂଇଁ ପାଲଟିଥିବା ଶିଲାକୋଟା ଜଙ୍ଗଲରେ ବିଏସଏଫ ଯବାନଙ୍କ କମ୍ବିଂ ଅପରେସନ ପାଇଁ ଏବେ କମିଛି ମାଓ ଉପଦ୍ରବ ।