ଜୁବୈରଙ୍କୁ ମିଳିଲା ଜାମିନ୍ । ତଥାପି ଜେଲରୁ ମିଳିବନି ମୁକ୍ତି ।

କନକ ବ୍ୟୁରୋ: ଦେଶରେ ଧର୍ମକୁ ନେଇ କୌଣସି ବିବଦୀୟ ମନ୍ତବ୍ୟ ଦେବେ ନାହିଁ ବା କୌଣସି ନୂତନ ଟ୍ୱିଟ୍ କରିବେ ନାହିଁ । ଏଭଳି ସର୍ତ୍ତରେ ସୀତାପୁର ମାଜିଷ୍ଟ୍ରେଟଙ୍କ ଅଦାଲତ ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମାତ୍ର ୫ ଦିନ ପାଇଁ ଏହି ଜାମିନ୍…

ଛତିଶଗଡ଼ ପାହାଡ଼ୀ ନାଳ ଅତିକ୍ରମ କଲାବେଳେ ଭାସି ଯାଇ ଯବାନ ନିଖୋଜ । ସିଆରପିଏଫ୍ ଡିଆଇଜିଙ୍କ ସୂଚନା

କନକ ବ୍ୟୁରୋ: ଆଜି ସକାଳେ ଛତିଶଗଡ଼ ରାଜ୍ୟର ସିଲ୍‌ଗେର୍‌ ଅଞ୍ଚଳରେ ଗୋଟାଏ ପାହାଡ଼ୀ ନାଳ ଅତିକ୍ରମ କରୁଥିବା ବେଳେ ‘ସିଆର୍‌ପିଏଫ୍‌’ର ଦଳେ ଯବାନମାନଙ୍କ ମଧ୍ୟରୁ ଜଣେ ଭାସି ଯାଇ ନିଖୋଜ ହୋଇଯାଇଥିବା କଥା ‘ସିଆର୍‌ପିଏଫ୍‌’ ଡି.ଆଇ.ଜି. କୋମଲ୍‌ ସିଂହ କହିଛନ୍ତି। ସୂଚନା ଅନୁସାରେ, ଗତ ରାତି…

ବନ୍ୟା ଜଳରେ କାର ସହ ଭାସିଗଲେ ଯାତ୍ରୀ । ୯ ମୃତ , ଅଳ୍ପକେ ବଞ୍ଚିଲା ଦୁଇ ଜୀବନ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବନ୍ୟାର ପ୍ରଖର ଜଳରେ କାର ସହ ଭାସିଗଲେ ୧୧ ଯାତ୍ରୀ । ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପଞ୍ଜାବରୁ କିଛି ପର୍ୟ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ଗୋଟାଏ କାର୍‌ ଢେଲ୍‌ବା ନଦୀରେ ପଡ଼ି ପ୍ରଖର…

ଆଜିଠାରୁ ପୁଣି ଥରେ ମଞ୍ଚସ୍ଥ ହେଉଛି ‘ଆହେ ନୀଳଶଇଳ’ । ୮ରୁ ତିନିଦିନ ଧରି ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ

କନକ ବ୍ୟୁରୋ: ଦର୍ଶକଙ୍କ ଅନୁରୋଧ କ୍ରମେ ଶୁକ୍ରବାରଠାରୁ ପୁଣି ଥରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ଏହି ଅବସରରେ ଓଡ଼ିଶା ଇତିହାସର ଏକ ବହୁଚର୍ଚ୍ଚିତ ଅଧ୍ୟାୟକୁ ନେଇ ରଚିତ ‘ଆହେ ନୀଳଶଇଳ’ ନାଟକ ପୁସ୍ତକ…

 ଭାଷଣ ଦେଉଥିବା ସମୟରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ ।  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା

କନକ ବ୍ୟୁରୋ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏକ ଜନସଭାକୁ ସମ୍ବୋଧନ ସମୟରେ ଗୁଳିମାଡର ଶିକାର ହୋଇଛନ୍ତି । ତାଙ୍କ ଛାତିରେ ଗୁଳି ବାଜିଥିବାରୁ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । WATCH: Bystanders rush to help former…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ପଶ୍ଚିମ ଜାପାନର ନାରା ସହରରେ ଜନସଭାକୁ ସମ୍ବୋଧନ ସମୟରେ…

କନକ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ସିଞ୍ଜୋ ଆବେ ପଶ୍ଚିମ ଜାପାନର ନାରା ସାହାରରେ ଏକ ସମ୍ମିଳନୀରେ ଭାଷଣ ଦେଉଥିବା ସମୟରେ ତାଙ୍କ ଉପରକୁ କେହି ଗୁଳି ଚଳାଇଥିଲା । ଏଥିରେ ସିଞ୍ଜୋଙ୍କ ଛାତିରେ ଗୁଳି ବାଜିଥିବାରୁ ଗୁରୁତର ଆହତ…