ଟିକେଟ୍ ମିଳିବା ପରେ ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ ସନାତନ ମହାକୁଡ ।

1,268

କନକ ବ୍ୟୁରୋ: ଟିକେଟ୍ ମିଳିବା ପରେ ଆଜି ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ବର୍ଷା । ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ । ଅମର ଶତପଥୀଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରାଯାଇଛି । ଗତକାଲି ଟିକେଟ୍ ମିଳିବା ପରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚପୂଜାର୍ଚ୍ଚନା କରିଥିଲେ । ଆଉ ଆଜି ନବୀନ ନିବାସରେ ପହଞ୍ଚବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ।

ସେପଟେ ଚମ୍ପୁଆରୁ ଟିକେଟ୍ ପାଇଥିବା ସନାତନ ମହାକୁଡ ମଧ୍ୟ ନବୀନ ନିବାସ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବେ । ସନାତନ ମହାକୁଡଙ୍କ ସମେତ କରଂଜିଆ ବଧାୟିକା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ୍, ସାରସକଣା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ଚିଲିକା ପ୍ରାର୍ଥୀ ରଘୁନାଥ ସାହୁ, ଆଦି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ପହଁଚିଛନ୍ତି । ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବା, ଏହାସହ ନବୀନଙ୍କ ଜନସେବା ମାଧ୍ୟମକୁ ଆହୁରି ଆଗକୁ ନେବା ଦିଗରେ କାମ କରିବା ନେଇ ପ୍ରାର୍ଥୀଙ୍କୁ ବୁଝାଇବେ ନବୀନ ।