ଜମୁଛି ପ୍ରଚାର । ନିଆଳିରେ ପ୍ରାର୍ଥୀଙ୍କ ବିଶାଳ ସମାବେଶ । ପୁରୀରେ ସମ୍ବିତ ପାତ୍ରଙ୍କ ପଦଯାତ୍ରା ।

185

କନକ ବ୍ୟୁରୋ: ନିଆଳିରେ ବିଜେଡିର ବିଶାଳ ମହିଳା ସମାବେଶ । ସାମିଲ ହେଲେ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ । ଏହି ସମାବେଶରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।

ମହିଳାମାନଙ୍କ ପ୍ରତି ବିଜେଡି ସରକାର କରିଥିବା ବିଭିନ୍ନ ଯୋଜନାର ସମ୍ପର୍କରେ ଅବଗତ କରାଇଥିବା ବେଳେ ବିଜୁ ଜନତା ଦଳ ସରକାର ମହିଳା ମାନଙ୍କୁ ସମାଜର ସ୍ୱତନ୍ତ ପରିଚୟ ଦେଇଛି ବୋଲି କହିଥିଲେ ପ୍ରାର୍ଥୀ । ଆଗାମୀ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ମଲ୍ଲିକଙ୍କୁ ଚତୁର୍ଥ ଥର ବିଧାୟକ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ଦ୍ୱିତୀୟ ଥର ସାଂସଦ ଭାବେ ନିର୍ବାଚିତ କରିବା ପାଇଁ ମହିଳାମାନେ ଶପଥ ନେଇଥିଲେ । ଏହି ସମାବେଶରେ ଜିଲ୍ଲାପରିଷଦ ସଭ୍ୟା, ମହିଳା ସରପଂଚ, ବ୍ଲକ ମହିଳା ସଭାନେତ୍ରୀ ସମେତ ବିଭିନ୍ନ ପଂଚାୟତର ମହିଳା ମିଶନ ଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କର୍ମକତା ଉପସ୍ଥିତ ଥିଲେ ।

ପୁରୀ ସଂସଦୀୟ କ୍ଷେତ୍ର କଣାସ ବ୍ଲକ ସୀରେଇ ପଞ୍ଚାୟତରେ ଏକ ବିଶାଳ ପଦଯାତ୍ରା । ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ପଦଯାତ୍ରା କରିଥିଲେ । ଏହା ସହ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସିରେଇ, କଣାସ ଓ ଗଡ଼ସାହି ପଂଚାୟତର ଅନେକ ସରପଂଚ ଓ ପୂର୍ବତନ ସରପଂଚ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।