ଏସୀୟ କ୍ରୀଡାରେ ସ୍କ୍ୱାସ୍ ଇଭେଂଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଖେଳାଳି । ୩୬ରେ ପହଂଚିଲା ପଦକ ସଂଖ୍ୟା

551

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତକୁ ମିଳିଲାଣି ମୋଟ ୧୦ ସ୍ୱର୍ଣ୍ଣ । ଆଜି ସ୍କ୍ୱାସ୍ ଇଭେଂଟ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ । ଭାରତର ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗୋନକର ୨-୧ରେ ପାକିସ୍ତାନକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ସେପଟେ ଟେନିସ୍ ମିକ୍ସଡ୍ ଡବଲ୍ସରେ ସ୍ୱର୍ଣ୍ଣ ପାଇଛି ଭାରତ । ରୋହନ ବୋପାନ୍ନା-ରୁତୁଜା ଭୋସଲେ ଯୋଡିଙ୍କୁ ଏହି ସଫଳତା ପାଇଛି । ଫାଇନାଲ ମ୍ୟାଚରେ ଚୀନ ତାଇପେଇ ପ୍ରତିପକ୍ଷ ଏନ-ସୁଓ, ତୁସୁଙ୍ଗ ହାଓ ହୁଆଙ୍ଗକୁ ପରାସ୍ତ କରି ଭାରତୀୟ ଯୋଡି ଗୋଲ୍ଡ୍ ମେଡାଲ ହାତେଇବାରେ ସଫଳ ହୋଇଛନ୍ତି । ଏଥିସହ ସୁଟିଂରେ ଭାରତକୁ ରୌପ୍ୟ ପଦକ ମିଳିଛି । ୧୦ ମିଟର ଏୟାର ପିସ୍ତଲ ମିକ୍ସରେ ଚୀନକୁ ହରାଇ ଭାରତର ସରାବଜୋଟ ସିଂ ଏବଂ ଦିବ୍ୟା ଟିଏସ୍ ଏହି ସଫଳତା ପାଇଛନ୍ତି । ଏହାକୁ ମିଶାଇ ଏସୀୟ କ୍ରୀଡାରେ ଏଯାଏ ଭାରତକୁ ୩୬ଟି ମେଡାଲ ମିଳିଛି । ଯେଉଁଥିରେ ୧୦ଟି ଗୋଲ୍ଡ, ୧୩ଟି ସିଲଭର, ୧୩ଟି ବ୍ରୋଞ୍ଜ୍ ମେଡାଲ୍ ସାମିଲ୍ ରହିଛି ।