ସମୁଦ୍ର ସୀମାର ଜଗୁଆଳି ହେବ ଅତ୍ୟାଧୁନିକ ଡ୍ରୋନ୍ । ନୌସେନାରେ ସାମିଲ ହେବ ଅଣ୍ଡର ୱାର୍ଟର ସ୍ୱାର୍ମ ଡ୍ରୋନ

141

କନକ ବ୍ୟୁରୋ : ସାମରିକ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଗଭୀର ଜଳରାଶିରେ ଶତ୍ରୁଙ୍କୁ ଖୋଜିବ ଅଣ୍ଡରୱାଟର ସ୍ୱାର୍ମ ଡ୍ରୋନ । ନୌସେନାରେ ସାମିଲ ହେବ ନୂଆ ଟେକ୍ନୋଲୋଜିର ଡ୍ରୋନ ଅଣ୍ଡର ୱାଟର ଡ୍ରୋନ ସ୍ୱାର୍ମ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନାରେ ୭୫ଟି ନୂଆ ଡ୍ରୋନ ସାମିଲ ହେବ । ଶତ୍ରୁଙ୍କ ପାଇଁ ଘାତକ ସାଜିବ ସ୍ୱାର୍ମ ଡ୍ରୋନ । ଏହି ଡ୍ରୋନ ସାହାଯ୍ୟରେ ଗଭୀର ଜଳରାଶିରେ ସବୁ ମିଶନକୁ ପରିଚାଳନା କରାଯାଇପାରିବ । ଦୁଇଟି ଶ୍ରେଣୀରେ ନିର୍ମିତ ଡ୍ରୋନକୁ ଦୁଇ ପ୍ରକାର ବ୍ୟବହାର କରିହେବ । ଏଥିମଧ୍ୟରୁ ଗୋଟିଏ ସ୍ୱୟଂଚାଳିତ ରହିଛି । ସ୍ୱାର୍ମ ଡ୍ରୋନ ସମୁଦ୍ରରେ ପାଟ୍ରୋଲିଂ କରିପାରିବ । ସୁରକ୍ଷା କବଚ ସହ ହଜାର ହଜାର କିଲୋମିଟର ଗତି କରିପାରିବ । ସମୁଦ୍ରଭିତରେ ଚାଲୁଥିବା କାର୍ଯ୍ୟକଳାପକୁ ଠାବ କରିହେବ । ପୂର୍ବରୁ ଆମେରିକା ଓ ଚୀନ ଏହାକୁ ବ୍ୟବହାର କରୁଥିବାବେଳେ ଏବେ ଭାରତୀୟ ସେନାରେ ସାମିଲ ହେବ ସ୍ୱାର୍ମ ଡ୍ରୋନ୍ । ଭାରତ ମହାସାଗରରେ ଚୀନ ଏହି ଡ୍ରୋନ ବ୍ୟବହାର କରି ଭାରତର ବୁଡା ଓ ଯୁଦ୍ଧ ଜାହଜର ଗତିବିଧି ଉପରେ ନଜର ରଖୁଛି । ଏହାକୁ ଧ୍ୟାନରେ ରଖି ଅଣ୍ଡରୱାଟର ସ୍ୱାର୍ମ ଡ୍ରୋନ୍ସକୁ ସାମିଲ କରିଛି ଭାରତୀୟ ସେନା । ଆତ୍ମନିର୍ଭର ଭାରତ ଲକ୍ଷ୍ୟ ନେଇ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବ ନୌସେନା ।