ପଶ୍ଚିମବଙ୍ଗ ବସିରହାଟ ସନ୍ଦେଶଖାଲିରେ ପ୍ରବଳ ଉତେଜନା । ପୁଲିସ-ବିଜେପିକର୍ମୀଙ୍କ ମଧ୍ୟରେ ସଂଘଷ, ଟିଏମସି ନେତା ଶାହାଜାନ ଖାନଙ୍କୁ ବିରୋଧ କରୁଛି ବିଜେପି

91

କନକ ବ୍ୟୁରୋ : ପଶ୍ଚିମବଂଗ ବସିରହାଟରେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ । ଆନ୍ଦୋଳନରତ କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ ବେଳେ ଠେଲାପେଲା ଓ ଧସ୍ତାଧସ୍ତି । ପୋଲିସ ସହ ସଂଘର୍ଷରେ ଆହତ ହୋଇଛନ୍ତି ଅନେକ ବିଜେପି କର୍ମୀ । ଯେଉଁଥିରେ ଅଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର । ସନ୍ଦଶେଖଲିରେ ଟିଏମସି ନେତାଙ୍କ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସିବା ପରେ ଦେଖା ଦେଇଥିଲା ଅଶାନ୍ତି । ଯାହା ଏବେ ତୀବ୍ର ରୂପ ନେଇଛି । ବ୍ୟାପକ ପୋଲିସ ମୁତୟନ ସହ ୧୪୪ ଧାରା ଲାଗୁ ହୋଇଥିଲେ ବି ଉତେଜନା ନିୟନ୍ତ୍ରଣକୁ ଆସୁନ । ଆଜି ବିଜେପି କର୍ମୀମାନେ ୧୪୪ ଧାରାକୁ ନମାନିବାରୁ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି ।