ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା 

67

କନକ ବ୍ୟୁରୋ : ଆଜି ଶ୍ରୀପଂଚମୀରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗ ବଡ଼ଦାଣ୍ଡରେ ପୂଜାସ୍ଥଳୀ ପ୍ରସ୍ତୁତ ହୋଇଛି । ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯିବ । ଶୋତ୍ରୀୟ ବ୍ରାହ୍ମଣମାନେ ମା’ ସରସ୍ୱତୀଙ୍କୁ ଆବହନ ସହ ଫୁଲ, ଚନ୍ଦନ, ପଂଚାମୃତ, ଅର୍ଘ, ମହାପ୍ରସାଦ ଆଦି ଅର୍ପଣ କରିବେ । ଆଜି ଅପରାହ୍ଣରେ ଏହି ପୂଜା କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।