ଆମେରିକାରେ ଅସୁରକ୍ଷିତ ଭାରତୀୟ । କାଲିଫଣ୍ଣିଆରୁ ମିଳିଲା ୪ଜଣ ଭାରତୀୟ ବଂଶୋଦ୍ଭବଙ୍କ ମୃତ ଶରୀର

126

କନକ ବ୍ୟୁରୋ : ଆମେରିକାର କାର୍ଲିଫୋନିଆ ସହରରେ ୪ ଭାରତୀୟଙ୍କ ରହସ୍ୟଜନକ ମୃତ୍ୟୁ । କେରଳ ଦମ୍ପତିଙ୍କ ସହ ଘର ଭିତରୁ ମିଳିଲା ଯମଜ ସନ୍ତାନଙ୍କ ମୃତଦେହ । ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ? ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ମୃତକ ହେଲେ ଆନନ୍ଦ ସୁଜିଥ୍ ହେନେରି, ପତ୍ନୀ ଆଲିସ୍ ପ୍ରିୟଙ୍କା ଏବଂ ତାଙ୍କର ଦୁଇ ଯାଂଳା ସନ୍ତାନ ନୋଆ ଓ ନାଇଥନ୍ । ଆନନ୍ଦ ଓ ପ୍ରିୟଙ୍କାଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର ହୋଇଥିବା ବେଳେ ଗୁଳିମାଡ଼ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କିନ୍ତୁ ଦୁଇ ସନ୍ତାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ସେପଟେ ବିଷାକ୍ତ ଗ୍ୟାସ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରିଛନ୍ତି ପଡ଼ୋଶୀ । ମୃତଦେହ ନିକଟରୁ ୯ ଏମ୍ଏମର ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି କାର୍ଲିଫୋନିଆର ସାନ୍ ମାଟେଓ ପୋଲିସ ।