ଅଦରକାରୀ ପାଣି ବୋତଲରେ କ୍ରୁତିମ ମାଛ । ଜଳ ପ୍ରଦୁଷଣ ରୋକିବା ପାଇଁ ବ୍ରହ୍ମପୁର ଆଇଟିଆଇର ନିଆରା ପ୍ରୟାସ ।

44

କନକ ବ୍ୟୁରୋ: ଜଳ ପ୍ରଦୁଷଣକୁ ରୋକିବା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବାକୁ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଏକ ନିଆରା ପ୍ରୟାସ । ୨୦ହଜାର ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ପାଣି ବୋତଲକୁ ବ୍ୟବହାର କରି ୧୫ଶହ କେଜି ଓଜନର ଏକ କୃତ୍ରିମ ମାଛ ଆଇଟିଆଇ ପରିସରରରେ ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ରହିଛି ୩୦ ଫୁôଟ । ଟିପିଏସଓଡିଏଲର ସିଇଓ ଅମିତ କୁମାର ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉନ୍ମୋଚନ କରିଛନ୍ତି । ଆଜି କାଲି ପ୍ଲାଷ୍ଟିକ ପାଣି ବୋତଲର ବହୁଳ ବ୍ୟବହାର ପରେ ଏଣେତେଣେ ଫୋପାଡି ଦେବା ଫଳରେ ଉଭୟ ଜଳ ଓ ସ୍ଥଳ ଭାଗ ଉପରେ ଏହାର କୁପ୍ରଭାବ ପଡିଛି । ପଶୁ ପକ୍ଷୀ , ଜୀବଜନ୍ତୁ ଏହା ଦ୍ୱାରା ସଂକ୍ରମିତ ହେବାରେ ଲାଗନ୍ତି୍ି । ଜଳାଶୟ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜନ ସାଧାରଣଙ୍କ ସଚେତନ ଉଦ୍ଦେଶ୍ୟରେ ଏହାକୁ ରାସ୍ତାକଡରେ ସ୍ଥାପନ କରାଯାଇଛି । ଏହା ପ୍ରସ୍ତୁତିରେ ପାଖାପାଖି ଅଢେଇ ମାସ ଲାଗିଛି ।